404ଗ୍ରାମ ବ୍ରାଉନ ସୁଗାର ଜବତ,ପୋଲିସ ଚଢ଼ାଉ କରି 3ଜଣ କୁ ଗିରଫ କରିଛି
·1 year ago

ଅର୍ଗସ ବ୍ୟୁରୋ: ପୁରୀ ବାସେଳୀ ସାହି ଥାନା ଅଞ୍ଚଳରୁ 404ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୁରୀ ପୋଲିସ । ଶ୍ରୀ ସେତୁ ନିକଟରେ ବ୍ରାଉନ ସୁଗାର ବିକ୍ରି କରାଯାଉଥିବା ଖବର ପାଇ ବାସେଳୀ ସାହି ଥାନା ପୋଲିସ ଚଢ଼ାଉ କରି 3ଜଣ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ ଦୁଇ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି l ବ୍ରାଉନ ସୁଗାର ସହ 5ଟି ମୋବାଇଲ, ଗୋଟିଏ ବୁଲେଟ, ଗୋଟିଏ ଲାପଟପ ଏବଂ ଗୋଟିଏ ଟାବଲେଟ ଜବତ କରିଛି ପୁରୀ ପୋଲିସ l ଅଭିଯୁକ୍ତ ମାନେ ହେଲେ ପୁରୀ ଅଞ୍ଚଳର ରାଜେଶ ପଣ୍ଡା, ଝରଣା ପଣ୍ଡା ଏବଂ ଦୁର୍ଗା ପଣ୍ଡା ।
ଅଧିକ ପଢନ୍ତୁ ଓଡ଼ିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: