ରାଜଧାନୀରେ ୬୦ଟି ଗାଡିକୁ ଜବତ କରିଛି ପୋଲିସ
·1 year ago

ଅର୍ଗସ ବ୍ୟୁରୋ : ମଦ୍ୟପାନ କରି ରାଜଧାନୀରେ ଗାଡି ଚଳାଉଥିଲେ ସାବଧାନ । ଅମାନିଆ ଗାଡି ଚାଳକ ଓ ମଦ୍ୟପ ଗାଡି ଚାଳକଙ୍କ ଉପରେ ନଜର ରଖିଛି କମିସନରେଟ ପୋଲିସ । ସେଫ୍ ସିଟି ଡ୍ରାଇଭ ଜରିଆରେ ରାଜଧାନୀର ୧୧ଟି ସମ୍ବେଦନଶୀଳ ଛକରେ ନାଇଟ ବ୍ଲକିଂ ଓ ଚେକିଂ କରି ୬୦ଟି ଗାଡିକୁ ଜବତ କରିଛି ପୋଲିସ ।
ଅଧିକ ପଢନ୍ତୁ : ବିଷାକ୍ତ ମଦମୃତ୍ୟୁ ଘଟଣା, ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି
ପୋଲିସ କମିସନର ସଞ୍ଜୀବ ପଣ୍ଡାଙ୍କ ନିର୍ଦେଶରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ରେଡ୍ କରାଯାଇଥିଲା । ନାଇଟ ବ୍ଲକିଂ ଚେକିଂରେ ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: