Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୭୩ କେଜି ଗଞ୍ଜେଇ ଜବତ, ୨ ଜଣଙ୍କୁ ଗିରଫ କଲା ପୋଲିସ

Odisha

୭୩ କେଜି ଗଞ୍ଜେଇ ଜବତ, ୨ ଜଣଙ୍କୁ ଗିରଫ କଲା ପୋଲିସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୭୩ କେଜି ଗଞ୍ଜେଇ ଜବତ, ୨ ଜଣଙ୍କୁ ଗିରଫ କଲା ପୋଲିସ

ଅର୍ଗସ ବ୍ୟୁରୋ: ରାଜଧାନୀରୁ ଗଞ୍ଜେଇ ଜବତ। ଗତକାଲି ରାତିରେ 73 କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି ଭରତପୁର ଥାନା ପୋଲିସ।ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ତପୋବନ ଛକ ନିକଟରେ ଏକ ବୋଲର ଜବତ କରିବା ସହ ଏଥିରେ ଚୋରାଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି।

ଏହି ଘଟଣାରେ ପୋଲିସ ଦୁଇ ଜଣକୁ ଗିରଫ କରିଥିବା ବେଳେ ଦୁଇ ଜଣ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି। ଗିରଫ ଦୁଇ ଜଣ ହେଉଛନ୍ତି ବୃଷଭ କାଁହର ଏବଂ ମିଲୁ ଦିଗଲ। ଉଭୟେ କନ୍ଧମାଳ ଜିଲ୍ଲାର ବାସିନ୍ଦା. ଏହି ଗଞ୍ଜେଇ ଚୋରାଚାଲାଣ କନ୍ଧମାଳରୁ କଟକ ଅଭିମୁଖେ ଚୋରାଚାଲାଣ ହେଉଥିଲା। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ 7 ଲକ୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ଫେରାର ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ଭରତପୁର ଥାନା ପୋଲିସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police seized 73 kg of cannabis, arrested 2 people | Argus News