|
logo
Live

Argus News - ପୋଲିସ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ 

Odisha

ପୋଲିସ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ 

Manini Pattanayak
Browse all articles by Manini Pattanayak
·1 year ago·1 min read
ପୋଲିସ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ 

କେନ୍ଦୁଝର: ପୋଲିସ  ଚଢାଉରେ ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିପରି ନିର୍ବାଚନ ସମୟରେ ମଦ କାରବାରକୁ ରୋକାଯାଇପାରିବ ସେ ନେଇ ଆଜି ଘଟଗାଁ ପୋଲିସ ପକ୍ଷରୁ ବଡଧରଣର ଅବକାରୀ ଚଢ଼ାଉ କରାଯାଇଛି। ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମ ନିକଟ ଜଙ୍ଗଲରେ ଆଜି ଘଟଗାଁ ପୋଲିସ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୩୦ହଜାର କେଜି ମହୁଲ ପୋଚ ଓ ୫ଶହ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି।

ଏଥିସହ ବିପୁଳ ପରିମାଣରେ ମଦ ରନ୍ଧା ସାମଗ୍ରୀକୁ ଜବତ କରିଛି ପୋଲିସ। ସୂଚନା ଅନୁଯାୟୀ ଛୋଟରାୟପୁର ଗ୍ରାମ ନିକଟ ଜଂଗଲରେ ବହୁଳ ପରିମାଣରେ ମଦ ପ୍ରସ୍ତୁତ କରାଯାଉଥିବା ଖବର କୌଣସି ସୂତ୍ରରୁ ପୋଲିସ୍  ଖବରପାଇବା ପରେ ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ, ଆଇଆଇସି ସୁଭ୍ରାନ୍ତ ଜେନାଙ୍କ ନେତୃତ୍ୱରେ ପୋଲିସ ଟିମ ଏବଂ କେନ୍ଦ୍ରୀୟ ଫୋର୍ସ ଘଟଣା ସ୍ଥଳରେ ଚଢାଉ କରିଥିଲେ। ଚଢାଉ ବେଳେ ମଦ ମାଫିଆ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ତେବେ ଜବତ ମଦ ଓ ମହୁଲି ପୋଚକୁ ଘଟଣା ସ୍ଥଳରେ ନଷ୍ଟ କରାଯିବା ସହ ୧୦୦ରୁ ଉର୍ଦ୍ଧ୍ବ ମଦ ରନ୍ଧା ପାଇଁ ବ୍ୟବହୃତ ହାଣ୍ଡି ଗୁଡିକୁ ଜବତ କରିଛି ପୋଲିସ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୋଲିସ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ  | Argus News