କୋଦଳାରୁ ଗୁଜରାଟ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଧରିଲା ପୋଲିସ
·2 years ago

ବ୍ରହ୍ମପୁର: କୋଦଳାରୁ ଗୁଜରାଟ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ସହ ସ୍କୁଟି ଜବତ। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣପୁର ଛକରୁ ପୋଲିସ ଏକ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜାଇ ସହ ଏକ ସ୍କୁଟି ଜବତ କରିବା ସହ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି |
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ସେକେଣ୍ଡ ଅଫିସର ପିଙ୍କିନି ପଟ୍ଟନାୟକ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଏହି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକ ନିକଟରେ ଏକ ସ୍କୁଟିକୁ ସନ୍ଦେହ ଜନକ ଅବସ୍ଥାରେ ଅଟକାଇ ପଚରା ଉଚରା କରିଥିଲେ। ପରେ ସ୍କୁଟି ରେ 25 କେଜି 1 ଶହ ଗ୍ରାମ ବେଆଇନ ଗଞ୍ଜାଇ ଥିବା ଜଣାପଡିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: