SI Exam Scam / ପୋଲିସ SI ସ୍କାମ ମାମଲା, କେୟାର ଟେକର ସାଗର ଗୌଡ଼କୁ ଗିରଫ କଲା କ୍ରାଇମବ୍ରାଞ୍ଚ
·10 months ago·2 min read

Key Points
ପୋଲିସ SI ସ୍କାମ ମାମଲା
ଶଙ୍କର ପୃଷ୍ଟିର କେୟାର ଟେକର ଗିରଫ
କେୟାର ଟେକର ସାଗର ଗୌଡ଼କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ସାଗର ଜରିଆ ରେ ଏଜେଣ୍ଟ ଙ୍କ ସହ ଲିଙ୍କ ରେ ଆସୁଥିଲା ଶଙ୍କର

ପୋଲିସ SI ସ୍କାମ ମାମଲା । ଶଙ୍କର ପୃଷ୍ଟିର କେୟାର ଟେକର ଗିରଫ ହୋଇଛି। କେୟାର ଟେକର ସାଗର ଗୌଡ଼କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କ ରେ ଆସୁଥିଲା ଶଙ୍କର ବୋଲି ସୂଚନା ରହିଛି। ଦିଘା ମଡ଼୍ୟୁଲକୁ ଅପରେଟ କରୁଥିଲା ସାଗର। ଆଜି ଧରାପଡ଼ି ଗିରଫ ହୋଇଛି। ସେପଟେ ଓଡ଼ିଶା ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି।ସୂଚନାଯୋଗ୍ୟ ପୋଲିସ ସବ୍-ଇନ୍ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଥିଲା।
ଏହି ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥିବା ସନ୍ଦେହ କରାଯାଉଛି। ଏଥିରେ ଆନ୍ତରାଜ୍ୟ ସଙ୍ଗଠିତ ଅପରାଧ ଗ୍ୟାଙ୍ଗର ସମ୍ପୃକ୍ତି ଥିବାର ସନ୍ଦେହ ରହିଛି।ଏହାର ଉପଯୁକ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିବିଆଇ ତଦନ୍ତ ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ଦୁର୍ନୀତି ପାଇଁ ହୋଇଥିବା ଉଦ୍ୟମ, ପ୍ରୋତ୍ସାହନ ଓ ଷଡ଼ଯନ୍ତ୍ର ସମ୍ପର୍କରେ ସିବିଆଇ ତଦନ୍ତ କରିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥିସହ ପଢ଼ନ୍ତୁ: ପୋଲିସ SI ଚାକିରି କେଳେଙ୍କାରୀ ତନାଘନା, ଜଳେଶ୍ବରରୁ ଆଉ ଜଣେ ଅଭିଯୁକ୍ତ ଅଟକ
ପୋଲିସ SI ପରୀକ୍ଷା ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ୧୮ଘଣ୍ଟାର ମାରାଥନ ଜେରା ପରେ ବ୍ରହ୍ମପୁର ନିଆଯାଇ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଅଧିକ ପଚରା ଉଚରା ପାଇଁ ଶଙ୍କର ପୃଷ୍ଟିକୁ ରିମାଣ୍ଡରେ ନେବାକୁ ହୋଇଛି ଯୋଜନା । ଶଙ୍କର ପୃଷ୍ଟିକୁ ଉତ୍ତରାଖଣ୍ଡ ନେପାଳ ସୀମାରୁ ଉଠାଇ ଆଣିଥିଲା ପୋଲିସ । ସେହିଭଳି ଗାଜିଆବାଦରୁ ଜବତ୍ ହୋଇଥିଲା ଶଙ୍କର ପୃଷ୍ଟିର ଫର୍ଚୁନର କାର । ଶଙ୍କର ପୃଷ୍ଟି ଗିରଫ ହେବା ପରେ ହଜାରେ କୋଟିର ଡିଲ୍ କଥା ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଆଗକୁ ତା’ର ଖୁଲାସା କରିପାରେ କ୍ରାଇମବ୍ରାଞ୍ଚ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ SI ସ୍କାମ୍ । ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଶଙ୍କର ସହ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ସାମ୍ନାସାମ୍ନି ବସାଇ ଜେରା କରାଯାଇଥିବା ଜଣାପଡ଼ିଛି । ଶଙ୍କର ପୃଷ୍ଟିର ବୟାନ ଆଧାରରେ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଥିଲା । ବର୍ତ୍ତମାନ ଶଙ୍କର ପୃଷ୍ଟିର କେୟାର ଟେକର ଗିରଫ ହୋଇଛି। ପୋଲିସ SI ସ୍କାଣ୍ଡାଲରେ ଗିରଫ ହୋଇଥିବା ଶଙ୍କର ପୃଷ୍ଟିର ସହଯୋଗୀ ମୁନା ମହାନ୍ତି, ଲୋକନାଥ ସାହୁ, ସୌମ୍ୟା ପ୍ରିୟଦର୍ଶିନୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories