ସାମ୍ବାଦିକଙ୍କୁ ପୋଲିସର ନାଲିଆଖି

ଭୁବନେଶ୍ୱର: ସାମ୍ବାଦିକଙ୍କୁ ପୋଲିସର ନାଲିଆଖି। ଖବର ପାଇ ଭିଡିଓ ଉତ୍ତୋଳନ କରିବା ସମୟରେ ଧମକ ଦେଉଛନ୍ତି ପୋଲିସ ବାବୁ। ବାଲିଅନ୍ତା ବଜାରରେ ନାଇଟ ବ୍ଲକିଙ୍ଗ ଚେକିଂ ଚାଲିଥିବା ବେଳେ ଅର୍ଗସ ଟିଭିର ସାମ୍ବାଦିକ ଭିଡିଓ କଲାବେଳେ ଭିଡିଓ କାଟିବାକୁ ଧମକ। ଶନିବାର ବିଳମ୍ବିତ ରାତିରେ ବାଲିଅନ୍ତା ପୋଲିସ ପକ୍ଷରୁ ବାଲିଅନ୍ତା ବଜାରରେ ବ୍ଲକିଂ-ଚେକିଂ ଚାଲିଥିଲା । ସେହି ସମୟରେ ଅର୍ଗସ ଟିଭିର ସାମ୍ବାଦିକ ନିଜ କାର୍ରେ ଘରକୁ ଫେରୁଥିଲେ ।
ତାଙ୍କ କାର୍ ଚେକିଂ ପରେ ସାମ୍ବାଦିକ ଜଣଙ୍କ ଖବର ପାଇ ନିଜ ମୋବାଇଲ୍ରେ ଭିଡିଓ ସୁଟ୍ କରିଥିଲେ ।ଏହି ସମୟରେ ଉପସ୍ଥିତ ଥିବା ଆଇଆଇସି ଏବଂ ଜଣେ ମହିଳା ପୋଲିସ ଅଫିସର ସାମ୍ବାଦିକଙ୍କୁ କାହିଁକି ଭିଡ଼ିଓ ସୁଟ କରୁଛ ବୋଲି ପଚାରି ଥିଲେ । ସାମ୍ବାଦିକ ପରିଚୟ ଦେବା ସହ ନିଜ ପରିଚୟ ପତ୍ର ଦେଖାଇବା ପରେ ମଧ୍ୟ ମହିଳା ଏସଆଇ ଜଣଙ୍କ ଉକ୍ତ ସାମ୍ବାଦିକଙ୍କ ଠାରୁ ମୋବାଇଲ ନେଇ ଭିଡିଓ ଡିଲିଟ କରିଦେଇଥିଲେ। ଏଠି ପ୍ରଶ୍ନ ଉଠୁଛି ଯଦି ସ୍ବଚ୍ଛତାର ସହିତ ଚେକିଂ କରାଯାଉଛି ତେବେ ଖବର ପ୍ରସାରଣରେ ଅସୁବିଧା କେଉଁଠି। କାହିଁକି ଡିଲିଟ ହେଲା ଭିଡିଓ। ଅଧିକ ପଢନ୍ତୁ ଓଡ଼ିଶା ଖବର