Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ

Odisha

ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ

Manini Pattanayak
Browse all articles by Manini Pattanayak
·1 year ago·1 min read
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ

ଭୁବନେଶ୍ୱର:  ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ।  ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯିବ ସେନେଇ ଆଜି କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ପ୍ରିପାରେସନ ବୈଠକ। ଡିସିପି ଙ୍କ ନେତୃତ୍ୱ ଏହି ବୈଠକ ରେ ଭୁବନେଶ୍ୱର ୟୁପିଡି ର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ, ଏସିପି, ଆଇଆଇସି ଓ ଏସଆଇ ଯୋଗଦେଇ ଥିଲେ॥  ପୂଜା ସମୟ ରେ ଯେଉଁ ସବୁ ସମସ୍ୟା ଉପୁଜି ଥାଏ ତାକୁ କିଭଳି ସୁଚାରୁ ରୂପେ ସମାଧାନ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପୋଲିସ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ରହିବ।

ଯେଉଁ ସବୁ ସ୍ଥାନରେ ଟ୍ରାଫିକ  ସମସ୍ୟା ଦେଖାଯାଏ ସେସବୁ ସ୍ଥାନରେ ବାରିକେଡ଼ କରିବା ସହ ଅଧିକ ପରିମାଣରେ ଟ୍ରାଫିକ ପୋଲିସ ମୁତୟନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପୂଜା ସମୟ ରେ ରାଜ୍ୟ ବାହାର ଅପରାଧୀ ମାନେ ଆକ୍ଟିଭ ହେବାର ନଜର ରହିଛି। ସେଥିପାଇଁ ସବୁ ଥାନାକୁ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ପୂଜା ମଣ୍ଡପ ଗୁଡିକରେ ଛିନତାଇ ହେବାର ନଜିର ଥିବାରୁ ସାଧା ପୋଷାକ ଧାରୀ ପୋଲିସ ମୁତୟନ ରଖିବାକୁ କୁହାଯାଇଛି। ପୂଜା ସମୟ ରେ ଗତବର୍ଷ ଲୁଟେରାଙ୍କ ଦୌରାତ୍ମ ଦେଖିବାକୁ ମିଳିଥିଲା। ସେଥିପାଇଁ ପୋଲିସ ପେଟ୍ରୋଲିଂ କଡାକଡି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Police will face many challenges in Durga Puja Bhubaneswar | Argus News