Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳ ତତ୍ପର

Odisha

ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳ ତତ୍ପର

Ritu Das
Browse all articles by Ritu Das
·2 years ago·3 min read
ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳ ତତ୍ପର

ଅର୍ଗସ ବ୍ୟୁରୋ: ଶନିବାର ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଓଡ଼ିଶାରେ ବଢ଼ିଲାଣି ରାଜନୈତିକ ତାତି । ବସୁଛି ଘନ ଘନ ବୈଠକ । ପ୍ରତିଦିନ ଚାଲିଛି ଦଳ ଡିଆଁ ଓ ମିଶ୍ରଣ ପର୍ବ । ବିଜେଡି ଓ ବିଜେପି ଅଫିସରେ ଅଧିକ ନେତା, କର୍ମୀଙ୍କ ଅଧିକ ଗହଳି ଦେଖିବାକୁ ମିଳୁଥିବା ବେଳେ କଂଗ୍ରେସ ଭବନରେ ଖାଁ ଖାଁ ସ୍ଥିତି । (3 ୱିଣ୍ଡୋ(ବିଜେପି, ବିଜେଡ଼ି ଓ କଂଗ୍ରେସ ଅଫିସ) ଭିଜୁଆଲ)।

ଇଏ ବିଜେପି ରାଜ୍ୟ କାର୍ଯ୍ୟାଳୟ । ଯେଉଁଠି ଏବେ ନେତା ଓ କର୍ମୀଙ୍କ ପ୍ରବଳ ଭିଡ଼ । ନିର୍ବାଚନ ପ୍ରସ୍ତୁତି ପାଇଁ ଆଜି ବି ମାରାଥନ ମିଟିଂ ହୋଇଛି। ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ବିଜେପି ଉପସ୍ଥିତ ଥିବା ବେଳେ ଦଳୀୟ ସାଂସଦ, ବିଧାୟକ ଓ କର୍ମକର୍ତ୍ତାଙ୍କ ଯିବା ଆସିବା ଲାଗି ରହିଥିଲା । ଏହାସହ ଅପରାହ୍ନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ପଦ୍ମ ଧରିଛନ୍ତି ମାହାଙ୍ଗା ଅଞ୍ଚଳର ସମାଜସେବୀ ସୁମନ୍ତ ଘଡ଼େଇ। ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି ବିଜେପିର ବରିଷ୍ଠ ନେତୃବୃନ୍ଦ। ସେପଟେ ଶନିବାର ବସିଥିବା ନିର୍ବାଚନ କମିଟି ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ କରାଯାଇଛି । ଏହାକୁ ଖୁବଶୀଘ୍ର ଦିଲ୍ଲୀ ପଠାଯିବ ଏବଂ କେନ୍ଦ୍ରୀୟ ସଂସଦୀୟ ବୋର୍ଡର ମୋହର ବାଜିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଦିଲ୍ଲୀରୁ ଘୋଷଣା ହେବ ।  

ଆଉ ଇଏ ହେଉଛି ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନର ଦୃଶ୍ୟ । ପାରାଦ୍ଵୀପ ଅଞ୍ଚଳର କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ସେପଟେ ତାରିଖ ଘୋଷଣାର ଢେର ପୂର୍ବରୁ ନବୀନ ନିବାସକୁ ଆଶାୟୀଙ୍କ ଧାଡ଼ି ଛୁଟୁଛି। ସବୁ ନିର୍ବାଚନ ମଣ୍ଡଳୀରେ ଦଳୀୟ ବିଧାୟକ ଓ ଆଗଧାଡ଼ିର ନେତାଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ବାୟୋଡାଟା ଦେଉଛନ୍ତି ବିଜେଡି କର୍ମୀ। ଯାହା ଦଳ ପାଇଁ ପାଲଟିଛି ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥିତି। ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ  ଓ ବିଦ୍ରୋହୀଙ୍କୁ ସମ୍ଭାଳିବା ହୋଇପାରେ ମୁସ୍କିଲ। ବିଜେଡି ପାଇଁ ଘାତକ ହୋଇପାରେ ସାରା ରାଜ୍ୟରେ ରାଜୁ ସିଣ୍ଡ୍ରୋମ୍। 

ବିଜେପି ବିଜେଡି ତୁଳନାରେ କଂଗ୍ରେସ ଭବନରେ ନାହିଁ ସେତେ ଗହଳି। ତେବେ ଦିଲ୍ଲୀରେ ରାଜ୍ୟ ନେତୃତ୍ବ ଓ ହାଇକମାଣ୍ଡଙ୍କ ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ସରିଛି। ସ୍କ୍ରିନିଂ କମିଟି ପାଖରେ ଅଟକିଛି କଥା। ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କହିଛି ଦଳ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟିଏ ପଟେ ଓଡ଼ିଶାରେ ଦଳଙ୍କ ପ୍ରସ୍ତୁତି ଅନ୍ୟପଟେ ସାରା ଦେଶରେ ଏବେ ଜୋରଦାର ମୋଦି ଲହର । ସବୁ ଜନମତ ସର୍ଭେରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ଓ ଏନଡିଏକୁ ଅପୂର୍ବ ସଫଳତା ମିଳୁଥିବା ଦେଖାଯାଇଛି । ପୁଣି ଏବିପି ସି- ଭୋଟରର ସର୍ଭେ ଅନୁସାରେ ଦେଶର ପୂର୍ବ ଭାଗର ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି । ସିଧାସଳଖ ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟ ହେଲେ ଓଡ଼ିଶାର 75 ପ୍ରତିଶତ ଲୋକ ମୋଦିଙ୍କୁ ଭୋଟ ଦେବେ ବୋଲି ସର୍ଭେରେ କୁହାଯାଇଛି। 

ଲୋକସଭା ପାଇଁ 400 ପାର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନଡିଏ ମେଣ୍ଟ 400 ସିଟ ଜିତିବା ସହ ଏକାକୀ ବିଜେପି 370 ସିଟ ଜିତିବା ପାଇଁ ରଖିଛି ଲକ୍ଷ୍ୟ । ତେବେ ଓଡ଼ିଶାରେ ବି ଦେଖିବାକୁ ମିଳୁଛି ମୋଦି ମ୍ୟାଜିକର ଇଫେକ୍ଟ। ବଢ଼ି ଚାଲିଛି ବିଜେପିର ଭୋଟ ପ୍ରତିଶତ । 2014 ତୁଳନାରେ 2019ରେ ବିଜେପିର ଲୋକସଭା ଭୋଟ୍ ହାର ବଢିଥିଲା 16 ପ୍ରତିଶତ । ବିଜେପିକୁ ମିଳିଥିଲା 38.37 ପ୍ରତିଶତ ଭୋଟ । ବିଜେପି ଓ ବିଜେଡି ମଧ୍ୟରେ ଥିଲା ମାତ୍ର 4 ପ୍ରତିଶତ ଭୋଟର ବ୍ୟବଧାନ । ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ଏଥର ସାରା ଦେଶରେ ମୋଦି ଲହର ଜୋରଦାର । ଏହାର ପ୍ରଭାବ ଓଡ଼ିଶାର ଲୋକସଭା ସହ ବିଧାନସଭା ଭୋଟ୍ ଉପରେ ବି ପଡ଼ିବ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Raja Festival
Sponsored
Political parties are | Argus News