Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାର ଓ ଶାସକ କଳ ଦ୍ବାରା ଏସଏଚଜି ମହିଳାଙ୍କ ରାଜନୈତିକ ବ୍ୟବହାର

Manini Pattanayak
Browse all articles by Manini Pattanayak
·2 years ago·2 min read
ସରକାର ଓ ଶାସକ କଳ ଦ୍ବାରା ଏସଏଚଜି ମହିଳାଙ୍କ ରାଜନୈତିକ ବ୍ୟବହାର

ସୁନ୍ଦରଗଡ: ଆଦର୍ଶ ଆଚରଣ ବିଧି ପ୍ରତି ଆଖି ବୁଜି ଦେଇଛି ବିଜେଡି । ଏବେ ବି ସରକାରୀ ଟଙ୍କାରେ ଏସଏଚଜି ମହିଳାଙ୍କୁ ଦୁବାଇ ପଠାଯାଉଛି ।  ସରକାର ଓ ଶାସକ କଳ ଦ୍ବାରା SHG ମହିଳାଙ୍କ ରାଜନୈତିକ ବ୍ୟବହାରକୁ ନେଇ ନିଆଁବାଣ ବିଜେପି  ୟୁନିଫର୍ମ ପିନ୍ଧି ଭୁବନେଶ୍ବର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଟର୍ମିନାଲରୁ ବାହାରୁଛନ୍ତି ଅନେକ ମହିଳା । ଦୁବାଇରୁ ଭୁବନେଶ୍ବର ଆସୁଥିବା ବିମାନ ପହଞ୍ଚିବା ପରେ ଏହା ହେଉଛି ଏସଏଚଜି ମହିଳାମାନଙ୍କର ବିମାନ ବନ୍ଦରରୁ ବାହାରୁଥିବା ଦୃଶ୍ୟ । ଏପଟେ ଦେଖନ୍ତୁ । ବିମାନ ବନ୍ଦର ବାହାରେ ରାଜ୍ୟ ସରକାରଙ୍କ ଟୁରିଜିମ୍ ଡେଭୋଲୋପମେଣ୍ଟ କର୍ପୋରେସନର ବସ୍ ଠିଆ ହୋଇଛି ସେମାନଙ୍କୁ ନେବା ପାଇଁ । 

 ଏସଏଚଜି ମହିଳାଙ୍କ ଦୁବାଇ ଏକ୍ସପୋଜର୍ ଟିମ୍ ରହି ଆସିଛି ସବୁବେଳେ ବିବାଦରେ । ବିଶେଷ କରି ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ପରେ ବି ସରକାରୀ ଯୋଜନାରେ ମହିଳାମାନେ ଦୁବାଇ ଯିବାକୁ ନେଇ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି ନିର୍ବାଚନରେ ମହିଳାମାନଙ୍କୁ ଦଳୀୟ କାମରେ ବ୍ୟବହାର ପାଇଁ ସରକାରୀ ଖର୍ଚ୍ଚରେ ଦୁବାଇ ପଠାଉଥିବା ବିଜେପି ପୂର୍ବରୁ ଅଭିଯୋଗ କରିଥିଲା । ଗତ ମାର୍ଚ୍ଚ 23 ତାରିଖରେ ସିଇଓଙ୍କୁ ଭେଟି ଅଭିଯୋଗ କରିଥିଲା ବିଜେପି ପ୍ରତିନିଧି ଦଳ । 

 SHG ମହିଳାଙ୍କୁ ରାଜନୈତିକ ବ୍ୟବହାର ଓଡ଼ିଶାରେ ସବୁବେଳେ ବିବାଦରେ ରହିଆସିଛି... ଓଡ଼ିଶାରେ ରୋଜଗାର ଦେବା ନୁହେଁ SHGଙ୍କୁ ସଙ୍ଗଠନ କରି ନିର୍ବାଚନରେ ବ୍ୟବହାର କରାଯାଉଥିବା ଯୋଗୁଁ ସରକାରୀ ଦଳ ସବୁବେଳେ କାଠଗଡ଼ାରେ ଛିଡ଼ା ହୋଇଛି ।ଏପରିକି ବିଭିନ୍ନ ନିର୍ବାଚନ ସମୟରେ ଏସଏଚଜି ମହିଳା ଶାସକ ଦଳ ପାଇଁ ଟଙ୍କା ବାଣ୍ଟୁଥିବାର ଭିଡିଓ ମଧ୍ୟ ବାରମ୍ବାର ଭାଇରାଲ ହୋଇଛି ।  ସରକାରୀ ଯୋଜନାରେ ଏମାନଙ୍କର ରୋଜଗାର ଚାଲିଛି । ଆଉ ଗ୍ରାଉଣ୍ଡଜିରୋରେ ସରକାରୀ ଦଳ ଯେଉଁ ସଶକ୍ତୀକରଣର ବାଜା ବଜାଉଛି ତାର ସତ ବି ଶୁଣି ନିଅନ୍ତୁ ।  ମୋଟାମୋଟି ମିଶନ ଶକ୍ତି ଆଳରେ ସରକାର ମହିଳା ଭୋଟବ୍ୟାଙ୍କ ହାତେଇବାର ପ୍ରୟାସ ଲଗାତାର ଭାବେ କରି ଆସୁଛନ୍ତି । ହେଲେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଏଭଳି କାର୍ଯ୍ୟ କଦାପି ଗ୍ରହଣ ଯୋଗ୍ୟ ନୁହେଁ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Political use of SHG women by the government and ruling class | Argus News