Videos
|
Odisha

ଏଠି ଚାଲିଛି ଚାକର ଶାସନ ...

Smruti Parija
Browse all articles by Smruti Parija
·2 years ago·2 min read
ଏଠି ଚାଲିଛି ଚାକର ଶାସନ ...

କଟକ:  Ac  କାରରେ ଯିବେ ନେତା । କୁକୁର ମାଙ୍କଡ଼ଙ୍କୁ ଖାଇବା ଦେଲା ପରି ଲୋକଙ୍କୁ ଦିଆ ଯାଉଛି ଖାଇବା । ଗଣତନ୍ତ୍ର ଆଉ ଲୋକଙ୍କ ଶାସନ ନୁହେଁ ଏଠି ଚାଲିଛି ଚାକର ଶାସନ । ସଚିବ ଏଠି ସବୁ କିଛି ଆଉ ସାଧାରଣ ଲୋକ ପୋକ ମାଛି । ଗୋଟେ ଥର ଭୁଲ କରି ପାଞ୍ଚ ବର୍ଷ ଦଣ୍ଡ ଭୋଗୁଛନ୍ତି ସାଧାରଣ ଜନତା । ଜନତା ଜନାର୍ଦନଙ୍କୁ କୁକୁର ମାଙ୍କଡ଼ ପରି ବ୍ୟବହାର କରି ଇଜତ ମହତ ସବୁ ସାରିଦେଲେ ପାଣ୍ଡିଆନ ବାବୁ । 

ଗଣତନ୍ତ୍ରରେ କୁହାଯାଏ କୁଆଡେ ପ୍ରକୃତ ମାଲିକ ହେଉଛନ୍ତି ସାଧାରଣ ଖଟିଖିଆ ଲୋକ । ଆଉ ଗଣତନ୍ତ୍ର କୁଆଡେ ଲୋକମାନଙ୍କର ଲୋକଙ୍କ ଦ୍ଵାରା ଆଉ ଲୋକ ମାନଙ୍କ ପାଇଁ କିନ୍ତୁ ଏକଥା କେବଳ କାଗଜ କଲମରେ ସୀମିତ । ଏକଥା କେବଳ କଥାରେ ହିଁ ରହିଯାଇଛି ପ୍ରକୃତ ସତକଥା ପୁରା ଅଲଗା । 

ଜନତାଙ୍କ ଟିକସ ଟଙ୍କାରେ ଦରମା ନେଇ ଚାକିରୀ କରିଥିବା ଲୋକ ଏବେ ସବୁକିଛି । ଦେଶକୁ ଟାକ୍ସ ଦେଉଥିବା ଲୋକ ଏଠି ପୋକ ମାଛି । ଏଠି ଥରେ ଭୁଲ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଭୋଗୁଛନ୍ତି ଲୋକେ । ଏଠି କହିବେ କାହାକୁ ଶୁଣିବ କିଏ ଶୁଣିବା ଲୋକ ତ କଷଣ ଦିଏ । ସେ ପରିସ୍ଥିତିରେ ପଡି କାନ ମୁଣ୍ଡା ଆଉଁସି ହେଉଛନ୍ତି ଲୋକେ । ଯାହାର ବାସ୍ତବ ଚିତ୍ର ଏଠି ସାମ୍ନାକୁ ଆସିଛି । 

ବଡମ୍ବା ନରସିଂହପୁର ଭିକେ ପାଣ୍ଡିଆନଙ୍କ ଗସ୍ତ ବେଳେ କୁକୁର ମାଙ୍କଡ଼ଙ୍କ ପରି ଲୋକମାନଙ୍କ ଉପରୁକୁ ପାଣି ଏବଂ ଖାଦ୍ୟ କିପରି ଫୋପଡ଼ା ଯାଉଛି । ଟଙ୍କା ଖାଇବେ କୁଜି ନେତା, ପୋକ ମାଛି ପରି କଷଣ ଭୋଗିବେ ଜନତା । ବଡମ୍ବା ଗସ୍ତରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ସଚିବ ଭିକେ ପାଣ୍ଡିଆନ ଆସିଥିବାବେଳେ ତାଙ୍କୁ ଦେଖା କରିବାକୁ ବଡମ୍ବା ନରସିଂହପୁର ପ୍ରତ୍ୟେକ ଗ୍ରାମରୁ ଲୋକେ ଯାଇଥିଲେ ଟ୍ରକ ଉପରୁ ଲୋକଙ୍କୁ ପାଣି ଏବଂ ଖାଦ୍ୟ କିପରି ଫୋପାଡୁଛନ୍ତି ଚେଲା ଚାମୁଣ୍ଡା କୁଜି ନେତା ଏହା ହେଉଛି ଏହାର ବାସ୍ତବ ଚିତ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

politicians-misbehaving-local-peoples | Argus News