Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମ୍ୟୁନିସିପାଲିଟି ଘୋଷଣାକୁ ନେଇ ଜୋର୍ ଧରିଛି ରାଜନୀତି

Banajyotshna Ray
Browse all articles by Banajyotshna Ray
·2 years ago
ମ୍ୟୁନିସିପାଲିଟି ଘୋଷଣାକୁ ନେଇ ଜୋର୍ ଧରିଛି ରାଜନୀତି

ଅର୍ଗସ ବ୍ୟୁରୋ: ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ଘୋଷଣାକୁ ନେଇ ଜୋର୍ ଧରିଛି ରାଜନୀତି । ଘୋଷଣା ଶୁଣିବା ପରେ ସ୍ଥାନୀୟ ବିଧାୟକ ତଥା ପାୱାରଫୁଲ୍ ମନ୍ତ୍ରୀ ନିଜେ କରାଇଥିବା କହି ବାହାଦୁରୀ ନେଇଥିବାବେଳେ ଏହାକୁ ରାଜନୀତିକ ଚାଲ କହିଛି ବିଜେପି । ବାସ୍ତବରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ୨୦୧୯ ମସିହାରୁ ହାଇକୋର୍ଟରେ ଲଢ଼ି ଏହାକୁ ଆଣିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଘୋଷଣାକୁ ଅଟକାଇ ପର ମୁହୂର୍ତ୍ତରେ ନିଜେ କରିଥିବା କହି ମନ୍ତ୍ରୀ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି ।

ସେଥିପାଇଁ ବିଜେପି ପକ୍ଷରୁ ମିଠା ବଣ୍ଟନ କରି ବାଣ ଫୁଟାଇ ପ୍ରକୃତ ଯୋଦ୍ଧା ସୁରେନ୍ଦ୍ର ପାଣିଗ୍ରାହୀ ଓ ଭଂଜନଗର ନାଗରିକ ମଞ୍ଚଙ୍କୁ ସମ୍ମାନିତ କରିବା ସହ ଶ୍ରେୟ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Politics is in full force regarding the announcement of the municipality in bhanjanagar | Argus News