କାଳିଆ ସାଆନ୍ତକୁ ନେଇ ରାଜନୀତି କଲେ: ଦାଣ୍ଡରେ ଗଡ଼ାଇଲେ, ଏବେ ଫୋପାଡିଦେଲେ
·2 years ago

ଅର୍ଗସ ବ୍ୟୁରୋ: ସାଢ଼େ ୪ କୋଟି ଓଡ଼ିଆଙ୍କ ଆରାଧ୍ୟଙ୍କୁ ମହା ଅପମାନ । ଭକ୍ତର ବିଶ୍ୱାସ ସହ ସାଂଘାତିକ ଖେଳ । କାଳିଆ ସାଆନ୍ତକୁ ନେଇ ରାଜନୀତି କଲେ । ଦାଣ୍ଡରେ ଗଡ଼ାଇଲେ, ଧୂପ ଚନ୍ଦନ ଦେଇ ପୂଜା କଲେ । ଆଉ ସ୍ୱାର୍ଥ ପୂରଣ ପରେ ଅଧା ପୋଡ଼ା କରି ଛାଡ଼ି ଦେଲେ । ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପଡ଼ିଥିବା ଜଗନ୍ନାଥଙ୍କ ଅଧା ପୋଡ଼ା ଫଟୋକୁ ନେଇ ତେଜୁଛି ଅସନ୍ତୋଷ ।
ପଡ଼ିଆରେ ଅର୍ପଣ ଚାଉଳ କାର୍ଯ୍ୟକ୍ରମ ସରିବା ପରେ ଯେମିତି ଅଦରକାରୀ ହୋଇଗଲେ ମହାପ୍ରଭୁ । ସ୍ବାର୍ଥ ସରିବା ପରେ ମହାପ୍ରଭୁଙ୍କୁ ଅଧା ପୋଡ଼ା କରି ଛାଡ଼ିଦେଲେ ବିଜେଡି କର୍ମୀ । ମହାପ୍ରଭୁଙ୍କୁ ଏଭଳି ମହା ଅପମାନକୁ କ୍ଷମା କରିବେନି ରାଜ୍ୟବାସୀ । ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିବାକୁ କିଏ ଦେଲା ଅନୁମତି ?
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: