ଓଡ଼ିଶାରେ 4ଟି ପର୍ଯ୍ୟାୟରେ ହେବ ମତଦାନ

ଅର୍ଗସ ବ୍ୟୁରୋ: ଓଡ଼ିଶାରେ 4ଟି ପର୍ଯ୍ୟାୟରେ ହେବ ମତଦାନ। ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ଲୋକସଭା ପାଇଁ ୨୧ ଜଣ ରିଟଣ୍ଡିଂ ଅଫିସର, ବିଧାନସଭା ପାଇଁ ୧୩୧ ଜଣ ରିଟଣ୍ଡିଂ ଅଫିସର ଏବଂ ୨୯୪ ଜଣ ସହକାରୀ ରିଟର୍ଣ୍ଣି ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ପ୍ରତ୍ୟେକ ମତଦାନ କେନ୍ଦ୍ର ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ ଜଣ ପୋଲିଂ ଅଫିସରଙ୍କ ଦ୍ବାରା ପରିଚାଳିତ ହେବ । ରାଜ୍ୟରେ ମୋଟ ଭୋଟର ରହିଛନ୍ତି ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ । ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯।
ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪। ରାଜ୍ୟରେ ମୋଟ ୩୭ ହଜାର ୮୦୯ ମତଦାନ କେନ୍ଦ୍ର। ୨୦ ପ୍ରତିଶତ ବୁଥ ମଡେଲ ବୁଥ କରାଯିବ। ଏଥର ୬୦ ପ୍ରତିଶତ ବୁଥରେ ୱେବକାଷ୍ଟ ହେବ। ଭୋଟର ପରିଚୟ ପତ୍ର ନଥିଲେ ଅନ୍ୟ ୧୨ ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ। ୮୫ ପ୍ରତିଶତରୁ ଅଧିକ ବୟସ୍କ ଓ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଘରୁ ଭୋଟ ଦେଇପାରିବେ। ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ହେବ ଭୋଟିଂ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
