Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pollution Certificate Scam / ଗାଡ଼ି ମାଲିକ ସାବଧାନ, ପଲ୍ୟୁସନ ସାର୍ଟିଫିକେଟ୍ ନାଁରେ ଚାଲିଛି ସାଂଘାତିକ କେଳେଙ୍କାରୀ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଗାଡ଼ି ମାଲିକ ସାବଧାନ, ପଲ୍ୟୁସନ ସାର୍ଟିଫିକେଟ୍ ନାଁରେ ଚାଲିଛି ସାଂଘାତିକ କେଳେଙ୍କାରୀ
PUCC

Key Points

ଗାଡ଼ି ମାଲିକ ସାବଧାନ
ମାତିଛନ୍ତି ଅନ୍ତଃରାଜ୍ୟ ଦଲାଲ
ଘରେ ବସି ହୋଇଯାଉଛି PUCC
ପଲ୍ୟୁସନ ସାର୍ଟିଫିକେଟ୍ ନାଁରେ ଟଙ୍କାର ଖେଳ । ସାରା ରାଜ୍ୟରେ ଏବେ ଗାଡ଼ିର ପଲ୍ୟୁସନ୍ ଟେଷ୍ଟିଂକୁ ନେଇ ହଟଚମଟ । ନିଜ ନିଜ ଗାଡ଼ିର ପଲ୍ୟୁସନ୍ ଟେଷ୍ଟିଂ କରାଇବାକୁ ଲୋକେ ବ୍ୟସ୍ତ ହେଉଛନ୍ତି, ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଆଗରେ ଧାଡ଼ି ଲଗାଉଛନ୍ତି । ଆଉ ଏହାର ସୁଯୋଗ ନେଇ ମାଲାମାଲ୍ ହେଉଛନ୍ତି ପଲ୍ୟୁସନ୍ ଦଲାଲ । ଆମ ରାଜ୍ୟରୁ ନେଇ ରାଜ୍ୟ ବାହାର ଯାଏଁ ଲମ୍ବିଛି ଏହି ଦଲାଲଙ୍କ କେଳେଙ୍କାରୀର ନେଟୱର୍କ ।

ପଲ୍ୟୁସନ୍ ସାର୍ଟିଫିକେଟ୍‌ ଧରପଗଡ଼ ମଧ୍ୟରେ ମାତିଛନ୍ତି ଦଲାଲ । PUCC ନାଁରେ ଚାଲିଛି ସାଂଘାତିକ କେଳେଙ୍କାରୀ । ରାଜ୍ୟ ବାହାରେ ବସି ଦଲାଲ କରୁଛନ୍ତି ପଲ୍ୟୁସନ୍‌ ସାର୍ଟିଫିକେଟ୍‌ । ଯାହାଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ଆମ କଟକ ବ୍ୟୁରୋ ଚିଫ୍ ଇମ୍ରାନ୍ ଖାନ୍ । ନିଜ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ କଥା ହୋଇଥିଲେ । ପ୍ରଥମେ ହ୍ବାଟସଆପ୍ ମାଧ୍ୟମରେ ଚାଟ୍ କରିଥିଲେ । ପରେ ଫୋନ୍ କରି ଅଧିକ ସଂଖ୍ୟାରେ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ୍ କରାଇବାକୁ କହିଥିଲେ। ଆଉ ରାଜ୍ୟ ବାହାରେ ଥିବା ଦଲାଲ ଯେତେ ସଂଖ୍ୟାରେ ବି ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ୍ କରାଇ ଦେବାକୁ ଦେଲା ନିର୍ଭର ପ୍ରତିଶ୍ରୁତି । କେବଳ ଗାଡ଼ିର ଫଟୋ ଦରକାର, ଆଉ ଠିକ୍ ସମୟରେ ଟଙ୍କା ପଠାଇ ଦେଲେ ମିଳିଯାଉଛି ପଲ୍ୟୁସନ୍ ସାର୍ଟିଫିକେଟ୍, ତାହା ପୁଣି ଜାଲ୍ ନୁହେଁ ବୈଧ ପ୍ରମାଣପତ୍ର ।

ସବୁ ଗାଡ଼ି ପାଇଁ ପଲ୍ୟୁସନ୍ ଟେଷ୍ଟିଂ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ଫେବୃଆରୀ ୧ ଓ ପରେ ମାର୍ଚ୍ଚ ୩୧ ତାରିଖ ଯାଏଁ ଦେଇଛନ୍ତି ଡେଡ୍ ଲାଇନ୍ । ନିୟମ କଡ଼ା ହେବା ପରେ ପୁରା ଦମରେ ମାତିଛନ୍ତି ଦଲାଲ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକେ ବ୍ୟସ୍ତ ହେଉଛନ୍ତି, ଟେଷ୍ଟିଂ ସେଣ୍ଟର ଆଗରେ ଧାଡ଼ି ଲଗାଉଛନ୍ତି । ଆଉ ଲୋକଙ୍କ ବ୍ୟସ୍ତତାର ସୁଯୋଗ ନେଉଛନ୍ତି ଦଲାଲ, ହେଉଛନ୍ତି ମାଲାମାଲ୍ । ଓଡ଼ିଶାରୁ ନେଇ ୟୁପି, ହରିୟାଣା, ରାଜସ୍ଥାନ ଯାଏଁ ଏମାନେ ଅଛନ୍ତି ଆକ୍ଟିଭ୍ । ଜଣେ ଜଣେ ଦଲାଲ ଦିନକୁ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆଉ ରାଜ୍ୟ ବାହାରର ଦଲାଲଙ୍କ ମାଧ୍ୟମ ସାଜିଛନ୍ତି ଆମ ରାଜ୍ୟର ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଓ କମନ ସର୍ଭିସ୍ ସେଣ୍ଟର । ବଡ଼ କଥା ହେଲା ପଲ୍ୟୁସନ ସେଣ୍ଟରକୁ ଗାଡ଼ି ନେବା ଦରକାର ନାହିଁ । ଚାଲାଣ ଥିଲେ ପଲ୍ୟୁସନ୍ ସାର୍ଟିଫିକେଟ୍ ହୋଇପାରିବା କଥା ନୁହେଁ । ଗାଡ଼ିର ଫାଇନ୍ ଥିଲେ ବି ମିଳିଯାଉଛି ପ୍ରମାଣପତ୍ର । କିନ୍ତୁ ଘରେ ବସି କେବଳ ଫୋନ୍ କଲ୍ ଓ ହ୍ବାଟସଆପ୍ ମାଧ୍ୟମରେ ହୋଇଯାଉଛି ପଲ୍ୟୁସନ୍ ସାର୍ଟିଫିକେଟ୍ ।

ଏବେ ସବୁଠୁ ବଡ଼ ପ୍ରଶ୍ନ ହେଲା ମାତିଥିବା ଏ ପଲ୍ୟୁସନ୍ ଦଲାଲଙ୍କ ବାବଦରେ ଆମ ରାଜ୍ୟର ପରିବହନ ବିଭାଗ ପାଖରେ ଖବର ଅଛି ତ ? ଯଦି ଅଛି ତେବେ ଆଗକୁ ଏହି ଦଲାଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ଅପେକ୍ଷା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Vehicle Owners Alert: Massive Pollution Certificate Scam Exposed | Argus News