Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀପାବଳୀ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା ଜାରି

Smruti Parija
Browse all articles by Smruti Parija
·2 years ago·1 min read
ଦୀପାବଳୀ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା ଜାରି

ଅର୍ଗସ ବ୍ୟୁରୋ:  ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାର୍ଗଦର୍ଶିକା ଜାରି କରିଛି । ଏନେଇ ଖବରକାଗଜରେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇଥିବା ବେଳେ ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରରୁ ବିରତ ରହିବା ପାଇଁ ମାର୍ଗଦର୍ଶିକାର ଉଲ୍ଲେଖ ରହିଛି ।

ବାଣ କଟକଣା ମାର୍ଗଦର୍ଶିକା

– ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ
– ଡାକ୍ତରଖାନା, ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିସୀମାରେ ବାଣ ଫୁଟାଇବା ନିଷେଧ
– ନ୍ୟାୟାଳୟ ଓ ଧାର୍ମିଙ୍କ ସ୍ଥଳର ୧୦୦ ମିଟର ପରିସୀମାରେ ବାଣ ଫୁଟାଇବା କଟକଣା
– ଖୋଲା ସ୍ଥାନରେ ଫୁଟାଇ ପାରିବେ ସବୁଜ ବାଣ
– ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରୀ ଓ ବ୍ୟବହାର ନିଷେଧ
– ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିହେବ
– ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପ ଆରକ୍ଷୀ ଅଧୀକ୍ଷକ ଓ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିହେବ

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pollution Control Board guidelines issued ahead of Diwali | Argus News