Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗଣେଶ ପୂଜାର ଭୁଲ୍ ଆଗକୁ ନ ଦୋହରାଇବାକୁ ଚେତାବନୀ

Odisha

ଗଣେଶ ପୂଜାର ଭୁଲ୍ ଆଗକୁ ନ ଦୋହରାଇବାକୁ ଚେତାବନୀ

Manini Pattanayak
Browse all articles by Manini Pattanayak
·1 year ago·2 min read
ଗଣେଶ ପୂଜାର ଭୁଲ୍ ଆଗକୁ ନ ଦୋହରାଇବାକୁ ଚେତାବନୀ

ସମ୍ବଲପୁର: ମହାନଦୀରେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ସମ୍ବଲପୁର ମହାନଗର ନିଗମକୁ ତାଗିଦ । ଗଣେଶ ପୂଜାର ଭୁଲ୍ ପାର୍ବଣରେ ନହେବା ପାଇଁ ଚିଠି ଲେଖି ତାଗିଦ କରିଛି ପ୍ରଦୂଷଣ ବିଭାଗ । କୃତ୍ରିମ ପୋଖରୀ ନିର୍ମାଣ କରି  ପୂଜା କମିଟିଙ୍କୁ ସଚେତନ କର । ବର୍ଷ ତମାମ ସହର ବର୍ଜ୍ୟବସ୍ତୁ ମହାନଦୀରେ ପଡୁଛି, ହେଲେ କାହିଁକି ପାର୍ବଣ ପୁର୍ଵରୁ ମହାନଗର ନିଗମ ସତର୍କ ହୋଇପାରୁନି ତାହା ବଡ଼ ପ୍ରଶ୍ନ ।  ରାଜ୍ୟର ସବୁଠାରୁ ବଡ଼ ନଦୀ। ମହାନଦୀ। ସମ୍ବଲପୁରର ଲାଇଫ୍ ଲାଇନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ସମ୍ବଲପୁର ମହାନଗର ନିଗମର ଅବହେଳା ଯୋଗୁଁ ମହାନଦୀ ହେଉଛି ପ୍ରଦୂଷିତ। ଏଥର ଗଣେଶ ପୂଜା ପରେ ବିସର୍ଜନ ପାଇଁ ମହାନଗର ନିଗମ ପକ୍ଷରୁ କୃତ୍ରିମ ପୋଖରୀ ନିର୍ମାଣ କରାଗଲା ନାହିଁ କିମ୍ବା ପୂଜା କମିଟି ଗୁଡ଼ିକୁ ସର୍ତକ କରାଗଲା ନାହିଁ। ମହାନଦୀରେ କରାଗଲା ଗଣେଶ ମୂର୍ତ୍ତି ବିସର୍ଜନ। ଫଳରେ ମହାନଦୀର ଜଳଧାର ବହୁ ପରିମାଣରେ ପ୍ରଦୂଷିତ ହୋଇଛି । ଏଥିପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ସର୍ତକ କରାଇଛି । ଆଗକୁ ଦୁର୍ଗାପୁଜା ଥିବା ବେଳେ ଏଥିପାଇଁ ପୂଜା କମିଟି ଗୁଡ଼ିକୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 


 କେନ୍ଦ୍ରପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଅନୁସାରେ ମୂର୍ତ୍ତି ବିର୍ସଜନ ବେଳେ ଜଳ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୨୧ ଅନୁପାଳନ କରିବା ସ୍ଥାନୀୟ ପ୍ରଶାସନ କାମ । ଏଥର ମହାନଗର ନିଗମ ସହର ଦୁର୍ଗାପାଲିରେ ଗୋଟିଏ କୃତ୍ରିମ ପୋଖରୀ କରିଥିବା ବେଳେ ସେଠାରେ କମ୍ ସଂଖ୍ୟାରେ ମୂର୍ତ୍ତି ବିସର୍ଜନ କରାଯାଇଛି । ନିୟମ ଅନୁସାରେ ତିନିଟି ପର୍ଯ୍ୟାୟରେ ଉପର ମୁଣ୍ତ, ମୁର୍ତ୍ତି ବିର୍ସଜନ ସ୍ଥାନର ତଳମୁଣ୍ତ ଏବଂ କୃତ୍ରିମ ପୋଖରୀର ଜଳ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଏ । ଦୁର୍ଗାପୂଜା ପାଇଁ ଆସନ୍ତା ୩ ତାରିଖରେ ଜଳ ନମୁନା ସଂଗ୍ରହ କରାଯିବ । ତେବେ କେଉଁ ସ୍ଥାନରେ କୁତ୍ରିମ ପୋଖରୀ ହେବ, ମୂର୍ତ୍ତି ବିସର୍ଜନର ତାରିଖ  ସମ୍ପର୍କରେ ସୂଚନା ଦେବାକୁ  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମହାନଗର ନିଗମକୁ ଚିଠିରେ କହିଛି ।  ବର୍ଷ ତମାମ ସମ୍ବଲପୁର ସହରର ବର୍ଜ୍ୟବସ୍ତୁ ମହାନଦୀରେ ମିଶୁଥିବାରୁ ଜଳ "D" ଗ୍ରେଡରେ ରହିଛି । ଯାହାକି ପିଇବା ତ ଦୂରର କଥା ଗାଧୋଇବା ପାଇ କ୍ଷତି କାରକ ବୋଲି ପୁର୍ଵରୁ ଜଣାପଡିଛି ।  
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Puja Committee will be cautioned about the disposal of idols in artificial ponds | Argus News