Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ

Ritu Das
Browse all articles by Ritu Das
·1 year ago·1 min read
ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ପରଲୋକରେ ଗଞ୍ଜାମ ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି (ଗୁରୁବାର) ରାତିରେ ସେ ନିଶ୍ବସ ତ୍ୟାଗ କରିଛନ୍ତି । ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବିଧାୟକ ହୋଇଥିଲେ ନିରଞ୍ଜନ । ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିଲା । ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ରାଜନୀତିରେ ଶୋକରଛାୟା ଖେଳିଯାଇଛି ।

ଯଦି ରାଜନୈତିକ କ୍ୟାରିୟର କଥା ଦେଖିବା ତେବେ ବିଜେଡି ଟିକେଟରେ 2004 ଓ 2009ରେ ବିଧାୟକ ହୋଇଥିଲେ ନିରଞ୍ଜନ । 2019ରେ ଟିକେଟରୁ ବଞ୍ଚିତ ନିରଞ୍ଜନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ତାଙ୍କର ଦେହାନ୍ତରେ ଅନେକ ରାଜନେତା ଶୋକବ୍ୟକ୍ତ କରିଛନ୍ତି । ସୂଚନା ଅନୁସାରେ, ଆଜି ତାଙ୍କ ମର ଶରୀରକୁ ବିଧାନସଭା ନିଆଯିବ । ସେଠାରେ ଦଳର ସମସ୍ତ ନେତା ଓ ମନ୍ତ୍ରୀ ତାଙ୍କର ଶେଷଦର୍ଶନ କରିବେ । ପରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Polsara former | Argus News