Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଫୁଲ ଓ ଭୋଗ ପଲିଥିନରେ ମନ୍ଦିର ଭିତରକୁ ନ ନେବାକୁ ବାରଣ

Odisha

ଫୁଲ ଓ ଭୋଗ ପଲିଥିନରେ ମନ୍ଦିର ଭିତରକୁ ନ ନେବାକୁ ବାରଣ

Smruti Parija
Browse all articles by Smruti Parija
·2 years ago·1 min read
ଫୁଲ ଓ ଭୋଗ ପଲିଥିନରେ ମନ୍ଦିର ଭିତରକୁ ନ ନେବାକୁ ବାରଣ

ପୁରୀ: ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବାକୁ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ । ଫୁଲ ଓ ଭୋଗ ପଲିଥିନରେ ମନ୍ଦିର ଭିତରକୁ ନ ନେବାକୁ ଭକ୍ତ ଓ ସମସ୍ତ ନିଯୋଗକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ । କଟନ୍ ବ୍ୟାଗ୍ , କାଠ ବା ବାଉଁଶରେ ନିର୍ମିତ ଚାଙ୍ଗୁଡିରେ ଫୁଲ ଓ ଭୋଗ ନେବାକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ । ଏନେଇ ସାମାଜିକ ଗଣମାଧ୍ୟମରେ ମେସେଜ୍ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ୍ ଦାସ ।

ଏହାପୂର୍ବରୁ  ଶ୍ରୀମନ୍ଦିରରେ ପାନ ଗୁଟଖା ନିଷେଧ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ନୂଆବର୍ଷରୁ ଶ୍ରୀମନ୍ଦିର ଭିତରେ ପାନ ଗୁଟଖା ଉପରେ ଲାଗିବ କଟକଣା । ଭକ୍ତ ଓ ସେବାୟତ ମାନେ ନିଜେ ସଚେତନ ହୋଇ ପାନ ଗୁଟଖା ନଖାଇବାକୁ ଅନୁରୋଧ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବରାହ ପୁରାଣର ଉଦାହରଣ ଦେଇ ତାମୁଳ ସେବନ ଉପରେ କଟକଣା ଲାଗୁ ହେବ କହିଲେ ମୁଖ୍ୟ ପ୍ରଶାସକ କହିଥିଲେ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
polythene-ban-in-puri-temple | Argus News