Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାସ୍ତା ନଥିବାରୁ ବହଞ୍ଚି ପାରୁନି ବିକାଶ

Odisha

ରାସ୍ତା ନଥିବାରୁ ବହଞ୍ଚି ପାରୁନି ବିକାଶ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାସ୍ତା ନଥିବାରୁ ବହଞ୍ଚି ପାରୁନି ବିକାଶ

ଅର୍ଗସ ବ୍ୟୁରୋ:  ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗାଁ  ନକଟିବିଜେପୁର  । ଗାଁକୁ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି  ସମସ୍ତ ଶୋଭାରାଜିକୁ ଏହି ଗାଁରେ ହିଁ ଅଜାଡି ଦେଇଛି । ମାତ୍ର ଏହାର ବାସ୍ତାବତା ବଖାଣୁଛି ଏହି ରାସ୍ତା। ରାସ୍ତା ନୁହେଁତ ମରଣ ଯନ୍ତା। ଜଙ୍ଗଲ ପାହାଡ ମଧ୍ୟରେ ମାଟିଚଲା ରାସ୍ତା।ଯେଉଁ ରାସ୍ତାରେ ଚାଲିକି ଗଲେବି ଲାଗି ରହିଥାଏ ଭୟ। ମାତ୍ର ରାସ୍ତା ନଥିବାରୁ ଏହେଉଛି ଜଙ୍ଗଲବାସୀଙ୍କ ପାଇଁ ଲାଇଫ୍‌ଲାଇନ୍।

କଳାହାଣ୍ଡି  ଳାଞ୍ଜିଗଡ ବ୍ଳକର ନକଟିବିଜେପୁର । ତିନି ପାହାଡ ସାଡେଙ୍ଗଡଙ୍ଗରୀ ,ସାଲେଡଙ୍ଗରୀ, ଭାଲୁ ଡଙ୍ଗରୀ ,ପାହାଡ ମଧ୍ୟଦେଶରେ ଗଢି ଉଠିଛି ଜନବସତି।  କାହିଁ କେଉଁ କାଳରୁ ଏଠି ରହି ଆଶୁଛନ୍ତି ୧୭ ଆଦିବାସୀ ପରିବାର । ମାତ୍ର ଦୁଃଖର ବିସୟ ଏହି ଗାଁକୁ ଆଜିବି ମୌଳିକ ସୁବିଧା ଅପହଞ୍ଚ। ଗାଁକୁ ଯିବାକୁ ନାହିଁ ରାସ୍ତା। କେମିତି ଏଠି ଲୋକେ ଜୀବନ ଯାପନ କରନ୍ତା ଏହା ଯାଣିବା ପାଇଁ ଗାଁରେ ପହଞ୍ଚିଥିଲା ଆମ ଟିମ୍। ପାହଡ ଚଢିବା ପରେ ଜଙ୍ଗଲ ରାସ୍ତା ଯେଉଁ ରାସ୍ତାରେ ପାଦେପାଦେ ରହିଛି ବିପଦ। ମାତ୍ର ଆମେ ଖବର ପାଇଁ ଏହି ରାସ୍ତାରେ ଯିବାକୁ ସାହାସ କରିଥିଲୁ।ଗାଁରେ ନଳକୂପ ଅଛି  ମାତ୍ର ଏହା ଖରାଦିନେ କାମ କରେନି। ଫଳରେ ଜଳକଷ୍ଟ ଭୋଗନ୍ତି ଅଞ୍ଚଳବାସୀ।

ଜଙ୍ଗଲ ମଧ୍ୟରେ ଶିକ୍ଷା ବ୍ୟବସ୍ଥା ନାହିଁ କହିଲେ ଚଳେ।  ନକଟିବିଜେପୁରରେ ସ୍କୁଲ ନଥିବାରୁ ପାଖ ଗାଁକୁ ପିଲେ ପାଠ ପଢିବାକୁ ଯାଆନ୍ତି।  ପ୍ରାଥମିକ ପାଠପଢା ଯେମିତି ସେମିତି କରି ତାପରେ ପାଠପଢାରେ ଲାଗେ ଡୋର। ଗାଁ ଳୋକଙ୍କ ଆର୍ଥିକ ସ୍ଥିତି କହିଲେ ସେଭଳି କିଛି ନାହିଁ ।  ଜଙ୍ଗଲ ଜାତ ଦ୍ରବ୍ୟ ଓ ଜାଳେଣି ସଂଗ୍ରହ କରି ଏହାକୁ ବିକି ଲୋକେ ପରିବାର ପ୍ରତିପୋଷଣ କରନ୍ତି।  ଭାରତ ସ୍ବାଧୀନତାକୁ ବିତି ସାରିଲାଣି ୭୭ବର୍ଷ । ଏହି ୭୭ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି ବିଭିନ୍ନ ଲୋକାଭିମୁଖୀ ଯୋଜନା । ଲକ୍ଷ୍ୟ ଲୋକଙ୍କୁ ଯୋଗାଇଦେବା ମୌଳିକ ସୁବିଧା । ହେଲେ ଏବେବି ଅନେକ ସ୍ଥାନରେ ଅପହଞ୍ଚ ସମସ୍ତ ଯୋଜନା ।  ନକଟିବିଜେପୁର ସେଥିରୁ ଅନ୍ୟତମ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Poor development due to lack of roads | Argus News