ନିମ୍ନମାନର କାମ ଅଭିଯୋଗ, ରାସ୍ତା କାମ ପରଖିଲେ ବବିତା ମଲ୍ଲିକ

ଅର୍ଗସ ବ୍ୟୁରୋ: ରାସ୍ତା ଓ ପଥର କାମର ମାନ ପରଖିଲେ ବିଜେପି ନେତ୍ରୀ ବବିତା ମଲ୍ଲିକ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସିଂହପୁର ଠାରୁ କୁସୁନୁପୁରକୁ ସଂଯୋଗ କରୁଥିବା ରାସ୍ତାରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ । ସେହିପରି ହଳଦୀଡ଼ିହଠାରୁ କୁସୁନୁପୁର ପର୍ଯ୍ୟନ୍ତ ନଦୀବନ୍ଧରେ ଅତି ନିମ୍ନମାନର ପଥର ପ୍ୟାକିଙ୍ଗ କରାଯାଇଛି । ଯାହା ଦ୍ବାରା ଦିନକୁ ଦିନ ଦୁର୍ବଳ ହେବାରେ ଲାଗୁଛି ନଦୀବନ୍ଧ l ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଛତ୍ରଛାୟାରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଅର୍ଥକୁ ହଡପ କରୁଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ | ଏମିତିକି ବିନା ସୂଚନା ଫଳକରେ ଚାଲୁଛି ପ୍ରତ୍ୟେକ କାମ । ଖବର ପାଇ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ବରେ ବିଜେପି ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ବନ୍ଧ ଓ ରାସ୍ତା କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି l
ଅଧିକ ପଢ଼ନ୍ତୁ ଓଡିଶା ଖବର:
