Videos
|
Odisha

ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ କ୍ୟାନସରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

Ritu Das
Browse all articles by Ritu Das
·2 years ago·1 min read
ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ କ୍ୟାନସରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କର କ୍ୟାନସରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। 

ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ଦୀର୍ଘ ଦିନ ହେଲା ଷ୍ଟୋମାକ୍‌ କ୍ୟାନସର୍‌ରେ ପୀଡ଼ିତ ଥିଲେ। ପ୍ରଥମେ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଗତ ଦେଢ ମାସ ହେବ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଡାକ୍ତରଙ୍କ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ଗତ ରାତିରେ ଆଖି ବୁଜିଛନ୍ତି ବିତ୍ତିହୋତ୍ର ମହାନ୍ତି ।

୨୦୦୬ରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର । ବିତ୍ତିଙ୍କ ନାଁରେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ ଥିଲା । ଘଟଣାକୁ ନେଇ ବିତ୍ତିଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୁଣାଣିର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ହୋଇଥିଲା । ବିତ୍ତିହୋତ୍ରଙ୍କୁ ୭ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ। ଜେଲ୍‌ରେ ଥିବା ବେଳେ ମା’ଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର । ଏହାପରେ ସେ ଆଉ ଜେଲ୍‌କୁ ଫେରି ନ ଥିବା ବେଳେ ଫେରାର ହୋଇ ଯାଇଥିଲେ।

ଏହାପରେ ୨୦୧୩ ମସିହାରେ ଏକ ବ୍ୟାଙ୍କରୁ କାର୍ଯ୍ୟରତ ଥିବା ବେଳେ କେରଳରୁ ଧରା ପଡ଼ିଥିଲେ ବିତ୍ତିହୋତ୍ର। ସେ ଜେଲ୍‌ରେ ଥିବା ବେଳେ କ୍ୟାନସରରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ଏହାପରେ ଦୀର୍ଘ ଦିନ ହେଲା ସେ ଚିକିତ୍ସିତ ଥିବା ବେଳେ ଆଜି ସକାଳୁ ତାଙ୍କର ଏମ୍ସରେ ମୃତ୍ୟୁ ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Popular Bittihotra | Argus News