Videos
|
Odisha

Leave Cancelled / ସମ୍ଭାବ୍ୟ ବାତ୍ୟା ପାଇଁ ଏହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Bikash Mohanty
Browse all articles by Bikash Mohanty
·17 mins ago·2 min read
ସମ୍ଭାବ୍ୟ ବାତ୍ୟା ପାଇଁ ଏହି  ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
Cyclone

Key Points

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଖୋରଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଆଜିଠାରୁ ନଭେମ୍ବର ୨୩ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡିବା ପାଇଁ ନିର୍ଦ୍ଦେଶ

ଭୂବନେଶ୍ବର: ସମ୍ଭାବ୍ୟ ବାତ୍ୟା ପାଇଁ ଖୋରଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ। ଆଜିଠାରୁ ନଭେମ୍ବର ୨୩ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡିବା ପାଇଁ ନିର୍ଦ୍ଦେଶ। ସମ୍ଭାବ୍ୟ ବାତ୍ୟା ଅକୱାନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି । ଏଥିସହ ବିନା ଅନୁମତିରେ ସେମାନଙ୍କୁ ମୁଖ୍ୟାଳୟ ନଛାଡିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଯେଉଁ ଅଧିକାରୀ ଛୁଟି କିମ୍ବା ମୁଖ୍ୟାଳୟ ଛାଡିବା ଅନୁମତି ନେଇଛନ୍ତି ଏହାକୁ ବାତିଲ କରାଯିବା ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଆସନ୍ତା ୬ ଦିନ ଅର୍ଥାତ ନଭେମ୍ବର ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଅକ୍ବାନ’କୁ ମୁକାବିଲା କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜନଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନିଆଯାଉଛି । ରାଜ୍ୟର ୮ଟି ଜିଲ୍ଲାର ୮୭ଟି ବ୍ଲକ୍ ଏବଂ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳରୁ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି ।

ପଢନ୍ତୁ ଏହି ଖବର: ବାତ୍ୟା ଅକ୍ଵାନ... ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାତ୍ୟା ମୁକାବିଲା ପାଇଁ ଉଦ୍ଧାରକାରୀ ଦଳ, ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ସେବାକୁ ସଜାଗ ରଖାଯାଇଛି । ମୋଟ ୭୪ଟି ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍‌ ମୁତୟନ ପାଇଁ ପ୍ରସ୍ତୁତ ରହିଛନ୍ତି । ଏଥିସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି ।

ସ୍ଥାନାନ୍ତର ଯୋଜନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ ଲକ୍ଷ ୨୧ ହଜାର ୫୯୭ ଜଣଙ୍କୁ ସ୍ଥାନାନ୍ତର କରିବାର ଆକଳନ କରାଯାଇଛି । ସେହିପରି ଗଜପତିରୁ ୨୫ ହଜାର, ପୁରୀରୁ ୨୪ ହଜାର ୭୬ ଜଣ, କନ୍ଧମାଳରୁ ୧୦ ହଜାର ୨୪୦ ଜଣ ଏବଂ ମାଲକାନଗିରିରୁ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଯୋଜନା ରହିଛି ।
ଅନ୍ୟପକ୍ଷରେ ୮ଟି ଜିଲ୍ଲାରେ ମୋଟ ୩ ହଜାର ୩୨୯ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ସେଠାରେ ୨୭୬ ଜଣ ଲୋକ ଆଶ୍ରୟ ନେଇଛନ୍ତି । ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ପରିମଳ, ଆଲୋକ, ଚିକିତ୍ସା ସହାୟତା ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।