Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ପରବର୍ତ୍ତୀ ସମୀକ୍ଷା ବୈଠକ

Banajyotshna Ray
Browse all articles by Banajyotshna Ray
·2 years ago
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ପରବର୍ତ୍ତୀ ସମୀକ୍ଷା ବୈଠକ

ଅର୍ଗସ ବ୍ୟୁରୋ:  ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ପରବର୍ତ୍ତୀ ସମୀକ୍ଷା ବୈଠକ ଆରମ୍ଭ । ବୈଠକରେ ଯୋଗ ଦେଇଛନ୍ତି କ୍ଷେତ୍ରିୟ ପ୍ରଭାରୀ ସୁନିଲ ବଂଶଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସହ ପ୍ରଭାରୀ ଲତା ଉସେଣ୍ଡି ଓ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ତିନୋଟି ପର୍ଯ୍ୟାୟରେ ଏହି ବୈଠକ ହେବ । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନୀ ପରିଚାଳନା କମିଟିର ସଦସ୍ୟ, ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ପଦାଧିକାରୀ ଓ ଅପରାହ୍ଣରେ ଦଳର ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା ହେବ ।

ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବୈଠକରେ ଯୋଗ ଦେବେ । ନିର୍ବାଚନର ଫଳାଫଳ, ପରାଜୟ ଆସନର ସମୀକ୍ଷା ସହ ସରକାର ଓ ଦଳୀୟ ସଂଗଠନ କିପରି ଆହୁରି ସୁଦୃଢ ହେବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Post election review meeting at BJP state office | Argus News