Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି କର୍ମୀଙ୍କୁ ବିଜେଡ଼ି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣ

Smruti Parija
Browse all articles by Smruti Parija
·1 year ago·1 min read
ବିଜେପି କର୍ମୀଙ୍କୁ ବିଜେଡ଼ି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣ

ଅର୍ଗସ ବ୍ୟୁରୋ: ପ୍ରତ୍ୟାଖାନର ହତାସାରେ ହିଂସ୍ରକ ହେଉଛି କି ବିଜେଡି ।  ନିର୍ବାଚନରେ ହାରିବା ପରେ ରକ୍ତମୁଖା ବିଜେଡି । ମୁଖବନ୍ଧରେ ଅହିଂସ କଥା କହିଥିଲେ ବିଜେଡି ମୁଖିଆ । ଏବେ କାହିଁକି ହିଂସା ରାସ୍ତା ଆପଣାଉଛି ବିଜେଡି । ବିଜେପି କର୍ମୀଙ୍କୁ ବିଜେଡ଼ି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣ। ବ ୧୫ନମ୍ବର ଜୋନ ବିଜେପିର ମଣ୍ଡଳ ସଭାପତି ସରୁପା ପରୁଆ ବିଜେଡି କର୍ମୀଙ୍କ ଆକ୍ରମଣରେ ଲହୁ ଲୁହାଣ । 

ପାଟଣାଗଡ ବ୍ଲକ ଚେୟାରମେନ ନୀଳକଣ୍ଠ ବାଗ ସହ ଅନ୍ୟ ୫ ଜଣ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା।  ଘଟଣାରେ ତିନିଜଣଙ୍କୁ ଗିରଫ କଲା ପାଟଣାଗଡ ପୋଲିସ। ଗିରଫ ତିନିଜଣ ହେଲେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ମାଧବ ବାଗ, ଜୟଚନ୍ଦ୍ର ନାଗ୍ ।

ସେପଟେ ଧର୍ମଶାଳା ଦୁର୍ନୀତିର ପର୍ଦ୍ଦାଫାସକୁ ନେଇ ମୁହାଁମୁହିଁ ଶାସକ ଓ ବିରୋଧୀ ଦଳ ନେତା । ପୂର୍ବ ବିଜେଡି ଶାସନ ସମୟରେ ହୋଇଥିବା ଗୋଟିଏ ପରେ ଗୋଟିଏ ଦୁର୍ନୀତି ଉପରୁ ପରଦା ହଟାଉଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଔଷଧ ବିକଳରେ ତାଟିଆ କାମୁଡିବା ପରି ବିଜେଡି ଜିଲ୍ଲା ପରିଷଦ ଓ ଯୁବ ବିଜେଡି ସଭାପତି ବିଧାୟକଙ୍କ ଜାରକା କୁମାରୀ ସ୍ଥିତ କାର୍ଯ୍ୟାଳୟରେ ଧମକ ଚମକ୍ ଦେବା ଓ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବିଧାୟକ ନିଜର ଏବଂ ନିଜ ସହକର୍ମୀମାନଙ୍କର ଅତିରିକ୍ତ ସୁରକ୍ଷା ଦାବି କରି ଏସପିଙ୍କୁ ଚିଠି ଲେଖିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
post-election-violence-bjd-workers-attack-on-bjp-karmi | Argus News