ପଶ୍ଚିମବଙ୍ଗରୁ ଟ୍ରକ ଟ୍ରକ ଆଳୁ ଆସି ଓଡିଶାରେ ପହଞ୍ଚିଛି
·1 year ago

ଅର୍ଗସ ବ୍ୟୁରୋ: ରାଜ୍ୟରେ ଦୂର ହେଉଛି ଆଳୁ ସଙ୍କଟ ।ଆଳୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଥିଲେ । ଏବେ ପଶ୍ଚିମବଙ୍ଗରୁ ଟ୍ରକ ଟ୍ରକ ଆଳୁ ଆସି ଓଡିଶାରେ ପହଞ୍ଚିଛି । ଏହି ଟ୍ରକ ସବୁ ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ପହଁଚିବା ପରେ ଆଳୁର ଅଭାବ ରହିବ ନାହିଁ ବୋଲି ଜଣାପଡିଛି । ଦର ନିୟନ୍ତ୍ରଣ ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହେବ । ଅସାଧୁ ବ୍ୟବସାୟୀ ଏବଂ କଳା ବଜାରୀଙ୍କ ଉପରେ ଯୋଗାଣ ବିଭାଗର ଘନ ଘନ ଚଢ଼ାଉ ଜାରି ରହିବ ବୋଲି ଜଣା ପଡ଼ିଛି । ନିର୍ଦ୍ଧାରିତ ଦର ଅନୁଯାୟୀ ଆଳୁ ନ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: