Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ହଠାତ୍ ଅସ୍ୱାଭାବିକ ଭାବେ ବଢ଼ିଚାଲିଛି ଆଳୁ ଦର

Banajyotshna Ray
Browse all articles by Banajyotshna Ray
·2 years ago
ରାଜ୍ୟରେ ହଠାତ୍ ଅସ୍ୱାଭାବିକ ଭାବେ ବଢ଼ିଚାଲିଛି ଆଳୁ ଦର

ଅର୍ଗସ ବ୍ୟୁରୋ: ପୁଣି ବଢିଲା ଆଳୁ ଦର । ରାଜ୍ୟରେ ହଠାତ୍ ଅସ୍ବାଭାବିକ ଭାବେ ବଢ଼ିଚାଲିଛି ଆଳୁ ଦର। ଗଲା ଦଶ ଦିନ ଭିତରେ ଆଳୁ କିଲୋ ପିଛା ପ୍ରାୟ ୧୦ଟଙ୍କା ବଢ଼ିଲାଣି। ରାଜ୍ୟରେ ହେଉଥିବା ଆଳୁ ଉତ୍ପାଦନ ଆବଶ୍ୟକତା ତୁଳନାରେ ସମୁଦ୍ରକୁ ଶଙ୍ଖେ। ଏଣୁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଆମଦାନୀ ଆଳୁ ହିଁ ମେଣ୍ଟାଏ ଆମ ଓଡ଼ିଶାର ଚାହିଦା। କଟକ ଛତ୍ରବଜାର ବ୍ୟବସାୟୀଙ୍କ ଅନୁସାରେ ପଶ୍ଚିମବଙ୍ଗରୁ ଏବେ କମ୍ ପରିମାଣର ଆଳୁ ଆସୁଥିବାରୁ ସୃଷ୍ଟି ହୋଇଛି ଦରବୃଦ୍ଧି ସ୍ଥିତି।

କୋରାପୁଟ ଜିଲ୍ଲାର ପଟାଙ୍ଗି ଓ ନନ୍ଦପୁରରେ ଆଳୁ ଉତ୍ପାଦନ ହୋଇଥାଏ। କିନ୍ତୁ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ସଂରକ୍ଷିତ କରିପାରନ୍ତି ନାହିଁ। ଅମଳ ଋତୁରେ ଖୁବ୍ କମ୍ ଦରରେ ଆଳୁ ବିକ୍ରି କରଥାନ୍ତି ଆଳୁ । ପରେ ରାଜ୍ୟର ଖାଉଟିଙ୍କ ଉପରେ ପଡ଼ିଥାଏ ମହଙ୍ଗା ମାଡ଼ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Potato prices are suddenly increasing abnormally in the state | Argus News