Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ବରରେ ପହଞ୍ଚିଲା ଆଳୁ ଟ୍ରକ 

Odisha

ଭୁବନେଶ୍ବରରେ ପହଞ୍ଚିଲା ଆଳୁ ଟ୍ରକ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଭୁବନେଶ୍ବରରେ ପହଞ୍ଚିଲା ଆଳୁ ଟ୍ରକ 

ଭୁବନେଶ୍ୱର: ଭୁବନେଶ୍ବରରେ ପହଁଚିଲା ଆଳୁ ଟ୍ରକ । ଆଇଗିଣିଆ ସହ  ୧ ନମ୍ବର ହାଟରେ ପହଁଚିଲା ଆଳୁ ବୋଝେଇ ଟ୍ରକ ।  ପଶ୍ଚିମବଙ୍ଗରୁ ଆସି ଲାଗିଲା ଆଳୁ ଗାଡି । ପଶ୍ଚିମବଙ୍ଗ ଗାଡ଼ି ଅଟକାଇବା ପରେ ଓଡ଼ିଶାରେ ଆଳୁ ଟେନସନ ଦେଖାଦେଇଥିଲା । ସେପଟେ ଏଭଳି ସ୍ଥିତିରେ ରାଜ୍ୟରେ ଅସାଧୁ ବ୍ୟବସାୟୀ, ମହଜୁଦକାରୀ ଓ କଳାବଜାରୀ ସକ୍ରିୟ ହୋଇଛି ।  
ଅନ୍ୟପଟେ ବଜାରରେ ଆଳୁର ଦର ବୃଦ୍ଧି ଓ ଅଭାବକୁ ନେଇ ତେଜିଛି ରାଜନୀତି ।

ବିଜେଡି ସରକାର ସମୟରେ କରାଯାଇଥିବା ଆଳୁ ମିଶନ କୁଆଡେ ଗଲା ବୋଲି ଉଠିଛି ପ୍ରଶ୍ନ । ଓଡିଶାରେ ଯଥେଷ୍ଟ ଆଳୁ ଉତ୍ପାଦନ ହେଉଥିଲେ ବି ଶୀତଳ ଭଣ୍ଡାର ଅଭାବ ଓଡ଼ିଆ ଚାଷୀଙ୍କୁ ବାଧ୍ୟ କରୁଛି କମ ଟଙ୍କାରେ ବିକି ଅଧିକ ଟଙ୍କାରେ କିଣିବାକୁ । ୨୪ ବର୍ଷ ବିଜେଡି ସରକାର ସମୟରେ ୧୦୦ ରୁ ଅଧିକ ଶୀତଳ ଭଣ୍ଡାର ଅଚଳ ହୋଇଛି । କିନ୍ତୁ ନୂଆ ଶୀତଳ ଭଣ୍ଡାର ଖୋଲିବା କିମ୍ବା ଅଚଳକୁ ସଚଳ କରିବା ଲାଗି କୌଣସି ପଦକ୍ଷେପ ନେଇନଥିଲେ ତତ୍କାଳୀନ ସରକାର। ଯାହାର ଫଳ ଆଜି ଲୋକେ ଭୋଗୁଛନ୍ତି ବୋଲି କୁହାଯାଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Potato truck arrived in Bhubaneswar | Argus News