Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବରରେ ପହଁଞ୍ଚିଲା ଉତ୍ତରପ୍ରଦେଶ ଆଳୁ

Manini Pattanayak
Browse all articles by Manini Pattanayak
·1 year ago·2 min read
ଭୁବନେଶ୍ବରରେ ପହଁଞ୍ଚିଲା ଉତ୍ତରପ୍ରଦେଶ ଆଳୁ

ଭୁବନେଶ୍ବର: ଭୁବନେଶ୍ବରରେ ପହଁଞ୍ଚିଲା ଉତ୍ତରପ୍ରଦେଶର ଆଳୁ । ଆଜି ୟୁପିରୁ ୧୨ଟି ଆଳୁ ଟ୍ରକ ଭୁବନେଶ୍ବର ଆଇଗିଣିଆରେ ପହଞ୍ଚିଛି ।  ୟୁପିରୁ ଆଳୁ ଆସିଲେ ବି ଦର ଅଧିକ ହେବ ନାହିଁ । ଆଗକୁ ଧିରେ ଧୀରେ କମିବ ଆଳୁ ଦର । ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ବଣିକ ମହାସଂଘ ସହ ସରିଛି ଆଲୋଚନା । ଏଣିକି ପଶ୍ଚିମବଙ୍ଗ ନୁହେଁ ଉତ୍ତର ପ୍ରଦେଶରୁ ଆଳୁ ଆସିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଉତ୍ତରପ୍ରଦେଶ ଆଳୁ କ୍ବାଲିଟି ବହୁତ ଭଲ ରହିଛି । ଏଥର ବ୍ଲାକମେଲର ଶିକାର ହେବା ଅପେକ୍ଷା ସ୍ବାଭିମାନ ସହ ଆମ ବ୍ୟବସାୟୀ ବ୍ୟବସାୟ କରିବେ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ।

ଏହା ସହ ପଶ୍ଚିମବଙ୍ଗ ପୋଲିସ ପ୍ରଶାସନ ଓଡ଼ିଆ ବ୍ୟବସାୟୀଙ୍କୁ ହଇରାଣ କରୁଛନ୍ତି । ୩୦କିମି ଦୂରରେ ଅଟକାଇ ୪୦ ହଜାର ଏବଂ ୫୦ ହଜାର ଟଙ୍କା ମାଗୁଛନ୍ତି ନଦେଲେ ମାଡ଼ ମାରୁଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ଯୋଗାଣ ମନ୍ତ୍ରୀ । ଅନ୍ୟପଟେ ୟୁପିରୁ ଅଧିକ ଆଳୁ ଗାଡ଼ି 4 ରୁ 5 ଦିନ ଭିତରେ ଓଡିଶାରେ ପହଂଚିବ। WB ଅପେକ୍ଷା UP ଆଳୁ ବହୁତ ଭଲ ରହିଛି ଏବଂ ଦର ମଧ୍ୟ ଖାଉଟିଙ୍କୁ ସୁହାଇବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବ୍ୟବସାୟୀ ସଂଘ ସଭାପତି। ଓଡିଶାକୁ ଆଳୁ ଆଣିବା ନେଇ ଓଡିଶା ଏବଂ ଉତ୍ତରପ୍ରଦେଶର ସରକାରୀ ସ୍ତରରେ ଆଲୋଚନା ହୋଇଛି। ପଶ୍ଚିମବଙ୍ଗ ସରକାରଙ୍କ ମନମାନୀ ପାଇଁ ଏବଂ ବ୍ୟବହାର ଖରାପ ପାଇଁ ଓଡିଶା ଆଉ ପଶ୍ଚିମବଙ୍ଗରୁ ଆଳୁ ଆଣିବନି ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁଧାକର ପଣ୍ଡା ।  ତେବେ ଅଗଷ୍ଟ ୨୨ ତାରିଖରୁ ଲାଗି ରହିଥିବା ଆଳୁ ସଂକଟରେ ଧୀରେ ଧୀରେ ସୁଧାର ଆସୁଛି । ଏବେ ବଜାରରେ ଆଳୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗକୁ ଆହୁରି କମିବ ଦର।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Potatoes from Uttar Pradesh reached in Bhubaneswar | Argus News