Videos
|
Odisha

ନିମାପଡା ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ାମରା ଅଭିଯାନ ଜାରି

Ritu Das
Browse all articles by Ritu Das
·2 years ago·1 min read
ନିମାପଡା ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ାମରା ଅଭିଯାନ ଜାରି

ଅର୍ଗସ ବ୍ୟୁରୋ: ନିମାପଡା ଓ ଡେଲାଙ୍ଗରେ  ବାର୍ଡ ଫ୍ଲୁ ଚିହ୍ନଟ ପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁକୁଡ଼ାମରା ଅଭିଯାନ ପାଇଁ  ରାପିଡ ରେସପନ୍ସ ଟିମ ବା ଆରଆର ଟିମର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ  ଶିବିର। 

ପିପିଲି ଓ ସତ୍ୟବାଦୀରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ନିମାପଡାର କୋଟକସାଙ୍ଗ ଓ  ଡେଲାଙ୍ଗର ମୋଟା ଠାରେ ଗତ 30 ତାରିଖରେ  ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଫ୍ଲୁ ବ୍ୟାପିବାକୁ ରୋକିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ଚିକିତ୍ସା ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାର୍ଡ କିଲିଙ୍ଗ ପାଇଁ 10 ଟି ଲେଖାଏଁ ଆରଆର ଟିମ ନିମାପଡା ଓ ଡେଲାଙ୍ଗ ପଠାଯାଇଛି । 

ବାର୍ଡ କିଲିଙ୍ଗ ପୂର୍ବରୁ ଏହି ଟିମର 36 ଜଣିଆ ସଦସ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସ୍ୱତନ୍ତ୍ର ମୋବାଇଲ ଡାକ୍ତରୀ ଦଳ ଯାଞ୍ଚ କରିବା ପରେ ବାର୍ଡ କିଲିଙ୍ଗ ପାଇଁ କିଭଳି ସତର୍କତା ଅବଲମ୍ବନ କରାଯିବ। ସେଥିପାଇଁ ସେମାନଙ୍କୁ ପ୍ରାଣୀ ସମ୍ପଦ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଲିମ ଦେଇଛନ୍ତି । ସ୍ଥାନୀୟ ଲୋକେ ଚିକେନ୍ ଖାଇବା ବାରଣ କରନ୍ତୁ। ବିଶେଷ କରି ଏହି ଫ୍ଲୁ ନାକ ଆଖି ଦ୍ୱାରା ସଂକ୍ରମିତ ହୋଇଥାଏ। ତେଣୁ ସାଧାରଣ ଲୋକେ ଏଥିପ୍ରତି ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: