ମୋହନ ସରକାରରେ ଲୋକ ପ୍ରତିନିଧି ହିଁ ତାଙ୍କ କ୍ଷମତା-ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ସରପଞ୍ଚଙ୍କ କ୍ଷମତାକୁ ନେଇ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ଉଦବେଗ । ପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ । କୋଭିଡ ବେଳେ ପୂର୍ବ ସରକାର ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିଲେ । କିନ୍ତୁ ନବୀନ ସରକାରରେ ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରି ପ୍ରତ୍ୟାବର୍ତ୍ତନ କରି ନେଇଥିଲେ । ତାଙ୍କୁ ତାଙ୍କ ଅଧିକାର ବି ଦିଆଯାଉନଥିଲା । ଅଫିସର କାର୍ଯ୍ୟ କରିଥିଲେ । କିନ୍ତୁ ମୋହନ ସରକାରରେ ଲୋକ ପ୍ରତିନିଧି ହିଁ ତାଙ୍କ କ୍ଷମତାର ଅଧିକାରୀ ।
ସମସ୍ତ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ
ଆଦିବାସୀ ଏଥିରେ ଉପକୃତ ହେବେ । ଖୁବଶୀଘ୍ର ରାଜ୍ୟରେ ପେଶା ଆଇନ ଲାଗୁ ହେବ । ସରପଞ୍ଚଙ୍କ ଥିବା 22ଟି କ୍ଷମତାକୁ ସେ ପ୍ରୟୋଗ କରି ନିଜ କାର୍ଯ୍ୟ କରିପାରିବେ । ଯେଉଁ ଅଞ୍ଚଳରେ ଗୋଟେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଭିନ୍ନ ଫଣ୍ଡରୁ ଟଙ୍କା ଯାଉଛି । ବିଧାୟକମାନେ ନିର୍ଦ୍ଦିଷ୍ଟ ଘଟଣା ଲେଖି କି ଦେଲେ ତାର ଅନୁସନ୍ଧାନ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରବି ନାଏକ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...