|
logo
Live

Argus News - ନବୀନ ନିବାସରେ ବିଜେଡି ନେତା

Odisha

ନବୀନ ନିବାସରେ ବିଜେଡି ନେତା

Smruti Parija
Browse all articles by Smruti Parija
·1 year ago·1 min read
ନବୀନ ନିବାସରେ ବିଜେଡି ନେତା

ଭୁବନେଶ୍ୱର: ନବୀନ ନିବାସରେ ବିଜେଡି ନେତା ।  ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ ଓ ଉଷା ଦବୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା କହିଲେ ପ୍ରଫୁଲ୍ଲ ମଲ୍ଲିକ । ବିଜେଡିର ଏଭଳି ବିପର୍ଯ୍ୟୟ ହେବ ବୋଲି ଆଶା କରିନଥିବା କହିଲେ ଉଷା ଦେବୀ । ରଘୁ ମହାନ୍ତି ଓ ତାଙ୍କ ପୁଅ ରାଜାଶ୍ରୀ ମହାନ୍ତି ବି ନବୀନ ନିବାସ ଆସିଛନ୍ତି ।

ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଉଷା ଦେବୀ । ସୁରକ୍ଷା ହଟିବା ପ୍ରସଙ୍ଗରେ କହିଛନ୍ତି.....ଯାହା ନିୟମ ଅଛି ତାହା ହେବ । ଏହା କିନ୍ତୁ ଭାରି କଷ୍ଟ ଲାଗୁଛି । ପରିବର୍ତ୍ତନ ତ ହେବ । ଆମେ ବି ବହୁତ ସମୟ ସରକାରରେ ଥିଲୁ । ଗୋଟେ ପରିବର୍ତ୍ତନ ହଠାତ ଆସିଗଲା ଯାହା ଆମେ ଆଶା କରିନଥିଲୁ । ମୁଁ ନିଜେ ଚିକିଟି ରୁ ଦେଖା କରିବାକୁ ଆସିଥିଲି ବୋଲି କହିଛନ୍ତି ଉଷା ଦେବୀ । ଏହାସହ ପାଣ୍ଡିଆନଙ୍କ ସମ୍ପର୍କରେ ପଚାରିବାରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । 

ସେପଟେ ନବୀନ ନିବାସ ସମ୍ମୁଖରୁ ହଟିଲା ସୁରକ୍ଷା ବ୍ୟବସ୍ଥା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପାଇଁ ତାଙ୍କ ବାସଭବନ ଆଗରେ କରାଯାଇଥିବା ବ୍ୟାରିକେଡ ଗୁଡ଼ିକୁ କଢା ଯାଇଛି । ଏଥି ସହ ସେଠାରେ ମୁତୟନ ପୋଲିସ୍ ଅଫିସରଙ୍କୁ ହଟା ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ନବୀନ ନିବାସରେ ବିଜେଡି ନେତା | Argus News