Videos
|
Odisha

ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ କଲେ ପ୍ରଦୀପ ଜେନା 

Manini Pattanayak
Browse all articles by Manini Pattanayak
·2 years ago·1 min read
ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ କଲେ ପ୍ରଦୀପ ଜେନା 

ଭୁବନେଶ୍ୱର:  ଆଜି ଅବସର ନେଉଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ତେବେ ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ ଆଗାମୀ ଦିନ ପାଇଁ ସେ ଲୋକଙ୍କ ଆଶିର୍ବାଦ କାମନା କରୁଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ମୁଁ ଜୀବନର ଏକ ନୂଆ ପର୍ଯ୍ୟାୟକୁ ପ୍ରବେଶ କରୁଥିବାରୁ ଜଣେ ସାଧାରଣ ଲୋକ ଭାବେ ଯେପରି ରାଜ୍ୟର ହିତ ପାଇଁ ସହଯୋଗ କରିପାରିବି ସେଥିପାଇଁ ଆପଣଙ୍କ ଆଶିର୍ବାଦ କାମନା କରୁଛି । ପ୍ରଦୀପ କହିଛନ୍ତି, ମୁଁ ସର୍ବଦା ସୀମା ଭିତରେ ରହି ପ୍ରତ୍ୟେକଙ୍କୁ ପ୍ରତିଉତ୍ତର ଦେଇଛି ।

ଅନେକକଙ୍କ ପରି ମୋର କେହି ସହଯୋଗୀ କି ସଂସ୍ଥା ପ୍ରତିଉତ୍ତର ଦିଅନ୍ତି ନାହିଁ । ମୁଁ ନିଜେ ହିଁ ସବୁର ଉତ୍ତର ଦିଏ । ସରକାରଙ୍କ ସୀମା ଅତିକ୍ରମ କରିପାରିବି ନାହିଁ । ଏଥିପାଇଁ କେ୍ତେକ ପ୍ରସଙ୍ଗରେ ପ୍ରତିଉତ୍ତର ଦେଇପାରିନାହିଁ । ଏଥିପାଇଁ ମୋତେ କ୍ଷମା କରିବେ ବୋଲି କହିଛନ୍ତି । ସେପଟେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବାକୁ ଥିବା ମନୋଜ ଆହୁଜା ଆଜି ଓଡିଶା ଆସିବାର ସମ୍ଭାବନା ଅଛି । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pradeep Jena tweeted his thoughts before retiring | Argus News