Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ନେତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଶ୍ନ

Odisha

ବିଜେଡି ନେତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଶ୍ନ

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେଡି ନେତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଶ୍ନ

ଔଷଧ ନଖାଇ ତାଟିଆ କମୁଡିଛନ୍ତି ଭି.କେ ପାଣ୍ଡିଆନ
କାମ କମ୍ କରୁଛନ୍ତି ମଞ୍ଚ ଉପରେ ବେଶି ଗପୁଛନ୍ତି
ଯାହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଅନେକ ପ୍ରଶ୍ନ 
 

ଅର୍ଗସ ବ୍ୟୁରୋ : ପୁଣି ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ ପ୍ରଶ୍ନ ବାଣରେ ଧୋଇଦେଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ଗତକାଲି ଗତକାଲି ବିଜେଡି ନେତା ଭି.କେ ପାଣ୍ଡିଆନ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଚିକିଟି ଗସ୍ତ କରିଥିଲେ । ଏହି ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ।  ଗତକାଲି ଭିକେ ପାଣ୍ଡିଆନ ପ୍ରଦୀପଙ୍କ ନାଁ ନ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ତେରେଛା ବାଣ ମାରିଥିଲେ । ଯାହାର ଜବାବରେ ପ୍ରଦୀପ ପାଣିଗ୍ରାହୀ କଡ଼ା ଜବାବ ଦେବା ସହ ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି  । ସେ କହିଛନ୍ତି.....

କୋଇଲା ସ୍କାମର ସିବିଆଇ ଜେରା କେତେ ସତ କେତେ ମିଛ ? ଏହି ଅଭିଯୋଗର ଉତ୍ତର ରଖିବେ କି ବିଜେଡି ନେତା ଭି.କେ. ପାଣ୍ଡିଆନ ? ନବୀନ ପଟ୍ଟନାୟକଙ୍କୁ କୋଇଲା ସ୍କାମରେ ସିବିଆଇ କେତେଥର ଜେରା କରିଛି ପାଣ୍ଡିଆନ କହି ପାରିବେ କି ? ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ଡାଲି ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା ସେ ବିଷୟରେ କହିପାରିବେ କି ? ଏଭଳି ଅନେକ ପ୍ରଶ୍ନ କରିଛନ୍ତି ଶ୍ରୀ ପାଣିଗ୍ରାହି । ଏହାସହ ଗଞ୍ଜାମରେ ବିଜେଡିର ଗୋଟିଏ ପରେ ଗୋଟାଏ ଆସନ ଛିଡିଲାଣି ଆଗକୁ ବାକି ଗୁଡିକ ମଧ୍ୟ ଛିଡିଯିବ କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଆହୁରି ମଧ୍ୟ କହିଛନ୍ତି, ଏମିତି କାଢୁଆ ନେତା ହୋଇଛି କି ମୋତେ ଜେଲ ଏବଂ ବେଲ କଥା କହିବ । ତେଣୁ ନିର୍ବାଚନ ସରୁ ସେ କେତେଥର ଜେଲ ଯିବ ମୁଁ ଦେଖିବି ବୋଲି କହିଛନ୍ତି ପ୍ରଦୀପ । ଗଞ୍ଜାମର ବେଗୁନିଆପଡାର ଏକ ମିଶ୍ରଣ ପର୍ବରେ ଯୋଗଦେବା ପରେ ଗଣମାଧ୍ୟମ ସମ୍ମୁଖରେ ଏଭଳି ଉତ୍ତର ରଖିଛନ୍ତି ପ୍ରଦୀପ । 
 

Argus Whatsapp Channel Mobile Top
Sponsored
Pradeep panigrahi question to BJD leader | Argus News