Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପିର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେପିର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି ମିଶନ ଓଭର୍ ଚାପ୍ଟର କ୍ଲୋଜ । ଜନତା ହିଁ ଜନାର୍ଦ୍ଦନ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ସୁନାମି ଆସିଛି, ପରିବର୍ତ୍ତନ ହୋଇଛି । ଆଗାମୀ ଦିନ ସରକାର ଲୋକଙ୍କ ସରକାର ହେବ । ଲୋକ କହୁଥିଲେ କେବେ ଲେଖା ଛିଡି଼ବ । ଏବେ ଲେଖା ଛିଡ଼ିଲା ।କ୍ରିତଦାସ ଦାଶତ୍ବରୁ ଲୋକ ମୁକ୍ତି ପାଇଲେ । ଗଞ୍ଜାମରେ ବିଜେଡି ଆଉ ବିଜେଡି ଦୁର୍ଗା ନାହିଁ । ଯେଉଁ ଦଳରେ ନୀତି ନାହିଁ ତାହା କେବେ ତିଷ୍ଠିବନି । ପ୍ରଧାନମନ୍ତ୍ରୀ ଅନୁମତି ଦେଲେ ଥରେ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖାକରିବି ।

ମନ ଭିତରେ ମିଲିଅନ୍ ଡଲର ପ୍ରଶ୍ନ ଅଛି ପଚାରିବି । ଓଡିଶାରେ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ସହାୟକ ହୋଇଛନ୍ତି। ନିଜ ଶେଷ ସମୟରେ ଏଭଳି ପରାଜୟ କାହିଁକି ହେଲା ନବୀନ ନିଜେ ତର୍ଜମା କରନ୍ତୁ । 2019ରେ ମତେ ଜନବିରୋଧୀ କହିଥିଲା ବିଜେଡି । ଆଣ୍ଟି ପିପୁଲର ଡେଫିନେସନ କଣ ଆଜି ଲୋକ ଜଣେଇ ଦେଲେ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pradeep panigrahi reacts after BJP's huge victory | Argus News