8 ଘଣ୍ଟା ଜେରା ପରେ ଇଡି ଅଫିସରୁ ବାହାରିଲେ ପ୍ରଫୁଲ ସାମଲ

ଭୁବନେଶ୍ୱର: ପ୍ରଫୁଲ ସାମଲଙ୍କୁ ଇଡିର ମାରାଥନ ଜେରା । 8 ଘଣ୍ଟା ଜେରା ପରେ ଇଡି ଅଫିସରୁ ବାହାରିଛନ୍ତି ପ୍ରଫୁଲ ସାମଲ । ପ୍ରତିକ୍ରିୟାରେ କହିଛନ୍ତି , ଇଡି ଯାହା ପ୍ରଶ୍ନ କରିଛି ମୁଁ ସେୟା ଉତ୍ତର ରଖିଛି । ସେପଟେ କିନ୍ତୁ ବରପଦା ଇଞ୍ଜିନିୟରି କଲେଜରେ ଦୁର୍ନୀତି ହୋଇଛି ନା ନାହିଁ ପ୍ରଶ୍ନକୁ ଏଡାଇଗଲେ ପ୍ରଫୁଲ୍ଲ ସାମଲ। ଏହି ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଧାୟକ ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା।
ଏହାକୁ ନେଇ ସେ ଆଜି ଇଡିରେ ହାଜର ହୋଇଥିଲେ। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଚଢ଼ଉ କରିଥିଲା। ଭୁବନେଶ୍ୱର ଓ ଭଦ୍ରକର ଏକାଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଚଢ଼ଉ କରିଥିଲେ। ଏହି ସମୟରେ ଇଡି ଗୋଟିଏ କାର ସହ ୯ଲକ୍ଷ ଟଙ୍କା ଜବତ କରିଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର