Videos
|
Odisha

BJDକୁ ଧୋଇଲେ ପ୍ରଫୁଲ୍ଲ ମଲ୍ଲିକ, ପଚାରିଲେ 'ଇସ୍ତଫା ଦେବା ପରେ କେମିତି ହୁଏ ନିଲମ୍ବନ'

Sushanta Sahoo
Browse all articles by Sushanta Sahoo
·1 year ago·2 min read
BJDକୁ ଧୋଇଲେ ପ୍ରଫୁଲ୍ଲ ମଲ୍ଲିକ, ପଚାରିଲେ 'ଇସ୍ତଫା ଦେବା ପରେ କେମିତି ହୁଏ ନିଲମ୍ବନ'

Key Points

ବିଜେଡି ନିଲମ୍ବିତ କରିବା ପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । କହିଛନ୍ତି, ନିଲମ୍ବନ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା । କାଲିଠୁ ନିଲମ୍ବନ କରିଥିବା ତାରିଖ ଲେଖିଛନ୍ତି, କିନ୍ତୁ ମୋତେ ପଠାଇ ନାହାନ୍ତି । ମୁଁ ଇସ୍ତଫା ପତ୍ର ପଠାଇବା ପରେ ନିଲମ୍ବନ କରିଛନ୍ତି ।

ଭୁବନେଶ୍ଵର: ଆଗ ଇସ୍ତଫା ନା ନିଲମ୍ବନ । ବିଜେଡି ନିଲମ୍ବିତ କରିବା ପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । କହିଛନ୍ତି, ନିଲମ୍ବନ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା । କାଲିଠୁ ନିଲମ୍ବନ କରିଥିବା ତାରିଖ ଲେଖିଛନ୍ତି, କିନ୍ତୁ ମୋତେ ପଠାଇ ନାହାନ୍ତି । ମୁଁ ଇସ୍ତଫା ପତ୍ର ପଠାଇବା ପରେ ନିଲମ୍ବନ କରିଛନ୍ତି ।


ଅର୍ଗସ୍ ନ୍ୟୁଜ୍‌କୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ଶୁକ୍ରବାର ସକାଳେ ଦଳରୁ ଇସ୍ତଫା ଦେବା ପରେ ଦେବୀ ମିଶ୍ର, ପ୍ରଦୀପ ଅମାତ୍‌ଙ୍କୁ ଜଣାଇଥିଲି । ମୋ ଇସ୍ତଫା ଦେବା ପରେ ଏଭଳି ନିଲମ୍ବନ ନାଟକ କରିଛନ୍ତି । ସେମାନଙ୍କର ସତ୍‌ସାହସ ନାହିଁ, ସତ କଥା କହିବା ଲାଗି । 


ଏଥିସହ ପଢ଼ନ୍ତୁ: BJDକୁ 'ବିଦ୍ରୋହ' ଭୟ, ମୁହଁ ଖୋଲିବାରୁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କଲା ଦଳ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଫୁଲ୍ଲ କହିଛନ୍ତି, ନବୀନ ବାବୁ ମୋତେ ୧୦ ବର୍ଷ ଧରି ଖଣି ମନ୍ତ୍ରୀ କରିଥିଲେ । ମୁଁ ଯଦି ସୁବିଧାବାଦୀ, ତାହେଲେ କାହିଁକି ଖଣି ମନ୍ତ୍ରୀ କରିଥିଲେ ? ନବୀନ ବାବୁ ମୋତେ ସମ୍ମାନ ଦେଉଥିଲେ । ଯେଉଁମାନେ କହୁଛନ୍ତି, ସେମାନେ ନିଜ କଥା ଦେଖନ୍ତୁ । ମୁ ଏକକାଳୀନ ୧୦ ବର୍ଷ ମନ୍ତ୍ରୀ ଥିଲି । ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନେ କୁହନ୍ତୁ, ସେମାନଙ୍କୁ କାହିଁକି ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା ? ବିଦା ହେବାର କିଛି ବର୍ଷ ପରେ ପୁଣି ମନ୍ତ୍ରୀ ହେଉଥିଲେ ।


ଦଳ ଛାଡ଼ିବା ନେଇ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ବିଜେଡି ଯେଉଁ ଆଦର୍ଶରେ ଚାଲିବା କଥା ଚାଲୁ ନାହିଁ । ଏନେଇ ବିଜେଡି ସଭାପତିଙ୍କୁ ରିପୋର୍ଟ ଦେଇଥିଲୁ । ବାରମ୍ବାର କହିଛି, ଦଳଠୁ ଦୂରେଇ ମୁଁ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସକ୍ରିୟ ରଖିଥିଲି । ଏବେ ନିଲମ୍ବିତ କରିଥିବା ପ୍ରତାପ ଜେନା, ମୋ ଆଗରେ ଛୋଟ ପିଲା । ମୁଁ କାଲି ବାରମ୍ବାର ଫୋନ୍ କରିଥିଲି, ଫୋନ୍ ଉଠାଇ ନଥିଲେ । ସେ କ'ଣ କହିବେ ? ମୁଁ ଗରିବ ଲୋକଙ୍କ ପାଇଁ କାମ କରୁଥିଲି, ଏବେ ବି କରୁଛି ।