Videos
|
Odisha

ସ୍ବାଭିମାନ ଅଞ୍ଚଳରେ ପୁଣି ଥରେ ପ୍ରଜାମେଳି

Smruti Parija
Browse all articles by Smruti Parija
·2 years ago·1 min read
ସ୍ବାଭିମାନ ଅଞ୍ଚଳରେ ପୁଣି ଥରେ ପ୍ରଜାମେଳି

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ପୁଣି ଥରେ ପ୍ରଜାମେଳି। କିନ୍ତୁ ଏଥର ସରକାର ଓ ପ୍ରଶାସନ ସପକ୍ଷରେ ହୋଇଛି ଏ ପ୍ରଜାମେଳି। ଏପରି ଘଟଣା ଗତକାଲି ଦେଖିବାକୁ ମିଳିଛି ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ । ତେବେ ଯନ୍ତ୍ରୀ ପଞ୍ଚାୟତରୁ ବିଏସଏଫ୍ କ୍ୟାମ୍ପ ଉଠିଯିବା ନେଇ କୌଣିସି ସୂତ୍ରରୁ ଖବର ପାଇଥିଲେ ଅଞ୍ଚଳବାସୀ । 

ଏହାପରେ ସେମାନେ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଯନ୍ତ୍ରୀ ପଞ୍ଚାୟତର 14ଟି ଗାଁ ବାସିନ୍ଦାଙ୍କ ସହ ଶହ ଶହ ଲେକେ ଯନ୍ତ୍ରୀ ସ୍ଥିତ BSF କ୍ୟାମ୍ପ ସମ୍ମୁଖରେ ଧାରଣା ଦେବା ସହ ମେଳି କରିଛନ୍ତି । 
ଅଞ୍ଚଳର ସୁରକ୍ଷା ଓ ବିକାଶ ପାଇଁ BSF କ୍ୟାମ୍ପ ନିହାତି ଆବଶ୍ୟକ ବୋଲି କହିଛନ୍ତି ପଞ୍ଚାୟତ ବାସିନ୍ଦା। କ୍ୟାମ୍ପକୁ ଏହି ସ୍ଥାନରୁ ସ୍ଥାନାନ୍ତରିତ କରାଗଲେ ଣି ନକ୍ସଲଙ୍କ ସାମ୍ନା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବ।

ଅଧପନ୍ତରିଆ ରହିଯିବ ଅଞ୍ଚଳରେ ହେଉଥିବା ବିକାଶ ମୂଳକ କାର୍ଯ୍ୟ। ଏହା ସହ ପୁନର୍ବାର ନିଜ ଭିଟାମାଟି ଛାଡିବାକୁ ପଡ଼ିବ ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କୁ। ତେଣୁ ଅଞ୍ଚଳରେ ଥିବା ସମସ୍ତ ସୁରକ୍ଷା କ୍ୟାମ୍ପକୁ ସ୍ଥାନାନ୍ତରିତ ନ କରିବାକୁ ପ୍ରଶାସନକୁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prajameli once again in Swaviman area | Argus News Odia