Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଡୁଆରେ ପ୍ରଣବ ପ୍ରକାଶ, ବବିଙ୍କୁ ଜବାବ ମାଗିଲେ ମା' ଭଉଣୀ

Odisha

ଅଡୁଆରେ ପ୍ରଣବ ପ୍ରକାଶ, ବବିଙ୍କୁ ଜବାବ ମାଗିଲେ ମା' ଭଉଣୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଡୁଆରେ ପ୍ରଣବ ପ୍ରକାଶ, ବବିଙ୍କୁ ଜବାବ ମାଗିଲେ ମା' ଭଉଣୀ

ଅର୍ଗସ ବ୍ୟୁରୋ: କେମିତି ବିରୋଧର ଶିକାର ହୋଇଛନ୍ତି ସମ୍ବଲପୁର ବିଜେଡିର ଲୋକସଭା ପ୍ରାର୍ଥୀ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ ବବି ଦାସ । ବବିଙ୍କୁ ଦେବଗଡ ଅଞ୍ଚଳର ମା, ଭଉଣୀ ହିସାବ ମାଗିଛନ୍ତି । ଆଉ 24 ବର୍ଷ ସରକାରରେ ରହିବା ପରେ ଆମକୁ କାହିଁକି ଘର, ପାଣି, ପଟ୍ଟା ମିଳିଲାନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏ ଘଟଣା ହେଉଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ଅଞ୍ଚଳର । ସଭାରେ ଯୋଗଦେଇଥିଲେ ବବି ଦାସ । ହେଲେ ବବିଙ୍କ ସଭାକୁ ଲୋକ ଆସିଲେନି । ଦେଖନ୍ତୁ କେମିତି ସଭାସ୍ଥଳରେ ପଡିଛି ଖାଲି ଚେୟାର । ଆଉ ସଭାକୁ ତୁରନ୍ତ ସାରି ବବି ଦାସ ମଞ୍ଚରୁ ଗଲାବେଳେ ବବିଙ୍କୁ ଘେରିଗଲେ ମହିଳା । ଆଉ ମାଗିଲେ ଜବାବ।

 ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ଆଉ ଏଠି ବବିଙ୍କ ସଭାରେ ଯୋଗଦେବାପାଇଁ କେମିତି ଲୋକଙ୍କୁ ବିପଦଜନକ ଭାବେ ଟ୍ରକ୍ ଓ ଡାଲା ଅଟୋରେ ବୁହାଯାଉଛି । କେବଳ ଲୋକ ବୁହାଯାଇନି ବରଂ ସଭାକୁ ଆସୁଥିବା ଲୋକଙ୍କୁ ଖୁଲମଖୁଲା ଟଙ୍କା ବଣ୍ଟାଯାଉଛି । ବିଜେଡି ପକ୍ଷରୁ ଚାଲିଥିବା ଏପରି ଖୁଲମଖୁଲା କାର୍ଯ୍ୟ ଉପରେ ଆକ୍ସନ ନେବେ ତ ନିର୍ବାଚନ କମିଶନ ଏହାକୁ ନେଇ ଉଠିଛି ପ୍ରଶ୍ନ । କେବଳ ଦେବଗଡ , ଛେଣ୍ଡିପଦା ନୁହେଁ  କୁଚିଣ୍ଡାରେ ମଧ୍ୟ ସମାନ ସ୍ଥିତି । କୁଚିଣ୍ଡା ବାମରାରେ ବବିଙ୍କ ସଭାକୁ ଆସିଲେନି ଲୋକେ । ଆଉ ଏଠି ବି ଚେୟାର ଖାଲି । ସେପଟେ ବବି ଓ ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ 17 ପଞ୍ଚାୟତ ବାସୀଙ୍କ ଜୋରଦାର ବିରୋଧ । ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଜୋର ଧରିଲା ଦାବି । ବିକାଶ ଓ ରୂପାନ୍ତରଣର ବାହାସ୍ପୋଟ ମାରୁଥିବା ବିଜେଡିକୁ ଓ ବିଜେଡି ପ୍ରାର୍ଥୀଙ୍କୁ ସବୁଆଡେ ବିରୋଧ । ଆଉ ଲୋକଙ୍କ ପ୍ରଶ୍ନ 24 ବର୍ଷରେ କରିଛ କଣ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Pranab Prakash das is in trouble | Argus News