Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ବିଜେଡି ଗଳାରେ କଣ୍ଟା ସାଜିଛନ୍ତି କି ପ୍ରସନ୍ନ ଆଚାର୍ଯ୍ୟ ?

Odisha

 ବିଜେଡି ଗଳାରେ କଣ୍ଟା ସାଜିଛନ୍ତି କି ପ୍ରସନ୍ନ ଆଚାର୍ଯ୍ୟ ?

Smruti Parija
Browse all articles by Smruti Parija
·2 years ago·2 min read
 ବିଜେଡି ଗଳାରେ କଣ୍ଟା ସାଜିଛନ୍ତି କି ପ୍ରସନ୍ନ ଆଚାର୍ଯ୍ୟ ?

Key Points

- ପ୍ରସନ୍ନଙ୍କ ରାଜନୈତିକ କ୍ୟାରିଅର ଶେଷ କରିବାକୁ କାହିଁକି ଷଡ଼ଯନ୍ତ୍ର କରିଛି ବିଜେଡ଼ି ?
- ରୋହିତଙ୍କୁ ବଞ୍ଚାଇବା ଲାଗି ରେଢ଼ାଖୋଲ ଭେଟି ଦେବା ନିଷ୍ପତ୍ତି କାହାର ?
-କେଉଁ ଅଦୃଶ୍ୟ ଶକ୍ତି ନେଲା ଏପରି ନିଷ୍ପତ୍ତି ?
- ପ୍ରଦର୍ଶନ ଖରାପ ପାଇଁ ମନ୍ତ୍ରୀ ପଦରୁ ତଡ଼ା ଖାଇ ବି କାହିଁକି ଗେହ୍ଲା ପୁଅ ରୋହିତ ?
- ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନଙ୍କୁ ରାଜନୈତିକ ପଙ୍ଗୁ କରିବାର ଯୋଜନା ପଛରେ ରହିଛି କେଉଁ ଅଦୃଶ୍ୟ ଶକ୍ତିର ହାତ ?

ଅର୍ଗସ ବ୍ୟୁରୋ: ସମ୍ବଲପୁର ବିଜେଡ଼ିରେ ଅଲ ଇଜ ନଟ ୱେଲ । ଚର୍ଚ୍ଚା ହେଉଛି ରେଢ଼ାଖୋଲ ବଦଳରେ ସମ୍ବଲପୁର ପାଇଁ ଟିକେଟ ଘୋଷଣା ପରେ ବେଶ ଅପ୍ରସନ୍ନ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ନିର୍ବାଚନ ଲଢ଼ିବିନି ପଛେ ସମ୍ବଲପୁରରୁ ନିର୍ବାଚନ ଲଢ଼ିବିନି ବୋଲି ଟିକେଟ ଘୋଷଣା ପରଦିନ ନବୀନ ନିବାସ ଆସି କାଳେ ରୋକଠୋକ ଶୁଣାଇ ଦେଇ ଯାଇଛନ୍ତି ପ୍ରସନ୍ନ । କୁହାଯାଉଛି ଟିକେଟ ଘୋଷଣା ପୂର୍ବରୁ ରେଢ଼ାଖୋଲରୁ ନିର୍ବାଚନ ଲଢ଼ିବା ପାଇଁ ଦଳ ପ୍ରସନ୍ନ ଙ୍କୁ ଦେଇଥିଲା ଗ୍ରୀନ ସିଗନାଲ ।

ପ୍ରସନ୍ନ ବି ଲଗାତାର ରେଢ଼ାଖୋଲ ଯାଇ ନିଜ ଲୋକଙ୍କୁ ଭେଟୁଥିଲେ । ସେହି କ୍ରମରେ ରୋହିତ ପୂଜାରୀ ଙ୍କୁ ବି ଦଳ ସମ୍ବଲପୁର ପାଇଁ ଗ୍ରୀନ ସିଗନାଲ ଦେଇ ମଇଦାନକୁ ଓହ୍ଲାଇ ଥିଲା । କିନ୍ତୁ ସମ୍ବଲପୁରରେ ରୋହିତ ଙ୍କୁ ରାଶେଶ୍ୱରୀ ପାଣିଗ୍ରାହୀ ଜୋରଦାର ବିରୋଧ କରିଥିଲେ । ଯେଉଁଥିପାଈଁ ରୋହିତ ହାରିଯିବା ଭୟରେ ବବି ଙ୍କୁ ଧରି କରିଛନ୍ତି ବଡ଼ ଗେମ ପ୍ଲାନ । ଶେଷ ମୁହୂର୍ତ୍ତରେ ରେଢ଼ାଖୋଲ ପରିବର୍ତେ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ନାଁ ଘୋଷଣା କରାଗଲା । ଯାହାକୁ ନେଇ କାଳେ ନାଖୁସ ଅଛନ୍ତି ପ୍ରସନ୍ନ। ତେବେ ୟାକୁ ନେଇ ରୋହିତ ପୂଜାରୀ କଣ କହୁଛନ୍ତି ଶୁଣନ୍ତୁ । 

ସେପଟେ ପୂର୍ବତନ ବିଧାୟିକା ଡ. ରାସେଶ୍ଵରୀ ପାଣୀଗ୍ରାହୀ ସମ୍ବଲପୁର ପାଇଁ ଆଶାୟୀ ରହିଥିଲେ ମଧ୍ୟ ତାଙ୍କୁ ଟିକେଟ ମିଳିନାହାି । ତେବେ ତାଙ୍କ ସମଥକ ମାନେ ଟିକେଟ ଘୋଷଣା ପୁର୍ଵରୁ ଓ ପରେ ମଧ୍ୟ ପ୍ରତିବାଦ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ପୁନ ବିଚାର କରି ରାସେଶ୍ଵରୀ କୁ ଟିକେଟ ନଦେଲେ ବିଜେଡି ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି  ସମର୍ଥକ। ରାସେଶ୍ବରୀଙ୍କୁ ଅଣଦେଖା ପ୍ରତିବାଦରେ  ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ମୁଖରେ ମଧ୍ୟ ସମର୍ଥକ ମାନେ ପ୍ରତିବାଦ କରିଥିଲେ ।
 
ପ୍ରସନ୍ନ ଆଚାର୍ଯ୍ୟ ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟ ରେ ୧୯୯୦ ରୁ ୧୯୯୫ ପ୍ରଥମ ଥର ମନ୍ତ୍ରୀ ହୋଇଥିଲେ ପ୍ରସନ୍ନ । ଏହା ପରେ ୧୯୯୯ ରୁ ୨୦୦୪ ଏବଂ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିଲେ ପ୍ରସନ୍ନ । ପରେ ୨୦୦୯ରେ ରେଢ଼ାଖୋଲ ବିଧାନସଭା ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ।  ୨୦୧୪ ରେ ଦଳ ତାଙ୍କୁ ବିଜେପୁର ନିର୍ବାଚନ ଲଢ଼ାଇଥିବା ବେଳେ ୪୫୮ ଖଣ୍ଡ ଭୋଟ ରେ ହାରିଥିଲେ ପ୍ରସନ୍ନ । 2019 ରେ ବରଗଡ଼ ଲୋକସଭା ପ୍ରାଥି ଭାବେ ବି ପରାଜିତ ହେବାକୁ ପଡିଥିଲା।  ତେବେ ଏଥର ଶେଷ ଥର ଲାଗି ରେଢ଼ାଖୋଲରୁ ପ୍ରସନ୍ନ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ବେଳେ ଦଳ ତାଙ୍କୁ ସମ୍ବଲପୁର ପଠେଇଛି । ତେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସଂସଦୀୟ କ୍ଷେତ୍ର ରେ ନିର୍ବାଚନ ଲଢ଼ୁଥିବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଧାନସଭା ପାଇଁ ଲଢ଼ୁଛନ୍ତି ନିର୍ବାଚନ । ଏପରି ସ୍ଥଳେ ଦଳୀୟ ଅନ୍ତଃ କନ୍ଦଳ ବିଜେଡିକୁ ଅଧିକ ଦୁର୍ବଳ କରିବନି ତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
prasana-acharya-seat-conflict | Argus News