Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ନିବାସ ଯାଇଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିଲେନି ପ୍ରସନ୍ନ ପାଟଶାଣୀ

Smruti Parija
Browse all articles by Smruti Parija
·2 years ago·1 min read
ନବୀନ ନିବାସ ଯାଇଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିଲେନି ପ୍ରସନ୍ନ ପାଟଶାଣୀ

ଭୁବନେଶ୍ୱର: ପୂର୍ବରୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ଗ୍ରୀନ ସିଗନାଲ୍ ମିଳିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କିନ୍ତୁ ଘୋଷଣା କରାଯାଉ ନାହିଁ । ଏଭଳି ସ୍ଥିତିରେ ରଘୁ ସାହୁ ବାରମ୍ବାର ଲବି କରି ନବୀନ ନିବାସ ଓ ଶଙ୍ଖ ଆସିବାରେ ଲାଗିଛନ୍ତି । 

ତେବେ ଆଜି ଅପରାହ୍ନରେ ପ୍ରସନ୍ନଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଶୁଣିବାକୁ ମିଳୁଛି ନବୀନ ନିବାସରେ ପହଁଚିଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରସନ୍ନଙ୍କର ଦେଖା ସାକ୍ଷାତ କରିବାକୁ ଦିଆ ଯାଇ ନଥିଲା । ଯାହାକୁ ନେଇ ଖପ୍ପା ହୋଇଛନ୍ତି  ପ୍ରସନ୍ନ ପାଟଶାଣୀ । 

ଚର୍ଚ୍ଚା ହେଉଛି ରଘୁ ସାହୁ ଲବି ଓ ବର୍ତ୍ତମାନର ସମୀକରଣକୁ ଦେଖି ପ୍ରସନ୍ନଙ୍କୁ ଦଳ ଟିକେଟ ନଦେଇପାରେ । ତେଣୁ ପ୍ରସନ୍ନ ଖୁବଶୀଘ୍ର ବିଜେଡି ଛାଡିବା ନେଇ କୁହାଯାଉଛି । ଆଉ ପ୍ରସନ୍ନ ପାଟଶାଣୀ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଯିବା ବି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
prasana-patsani-may-resign-from-bjd | Argus News