ସରକାରୀ ସହାୟତା ଅପେକ୍ଷାରେ ପ୍ରଶାନ୍ତ

ଅର୍ଗସ ବ୍ୟୁରୋ: ଦୂରାରୋଗ୍ୟ ବ୍ୟାଧିର ଶିକାର ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ପଞ୍ଚାୟତ ଉସ୍ତା ଜଗନ୍ନାଥପୁର ଗ୍ରାମର ଭିନ୍ନକ୍ଷମ ପ୍ରଶାନ୍ତ ସାହୁ । ବୟସ ୨୭ ବର୍ଷ। ପରିବାର କହିଲେ ବାପା ମା ଦୁଇ ଭାଇ ଭାଉଜ । ଦୁଇ ଭାଇ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାର୍ଯ୍ୟରତ ରହିଥିବା ବେଳେ ପ୍ରଶାନ୍ତର ପିଲାଦିନର ଚକ ଗୁଳି ଦଣ୍ଡାରେ ହସଖୁସି ଜୀବନ କଟୁଥିଲା। ହଠାତ ତାର ଜୀବନରେ ମାଡ଼ି ଆସିଥିଲା ଦୁଃଖର ପାହାଡ ସଦୃଶ ଟାଇଫଏଡ ଜ୍ଵର । ଏହାର ପ୍ରଭାବରେ ତାଙ୍କ ଖେଳୁଥିବା ହାତ ଗୋଡର ଚାଲି ଚଳନିରେ ଦେଖା ଦେଇଥିଲା ବିସ୍ତୃତ ପରିବର୍ତ୍ତନ। ପରିବାରର ଆର୍ଥିକ ସ୍ଥିତାବସ୍ଥା ସେତେ ସ୍ୱଚ୍ଛଳ ନଥିବାରୁ ପରିବାର ଲୋକେ ସରକାରୀ ଡାକ୍ତର ଖାନାରେ ହିଁ ତାଙ୍କ ରୋଗର ଉପଶମ କରିବାରେ ବିଫଳ ହୋଇଥିଲେ। ଆଉ ସେ ସମାଜ ପାଇଁ ପାଲଟିଗଲା ଭିନ୍ନକ୍ଷମର ପରିଚୟ।
ପ୍ରଶାନ୍ତ ର ବଡ଼ ଭାଇ ୧୮ ପୂର୍ବେ ଏଭଳି ଦୂରାରୋଗ୍ୟରେ ମୃତ୍ୟୁବରଣ କରିଥିଲେ। ସତରେ କଣ ସେ ପୂର୍ବଭଳି ଚାଲି ପାରିବ ନାହିଁ ?,ଆଉ ପରିବାରର ବୋଝ ଉଠାଇ ପାରିବନି। ଏଭଳି ଅସମାହିତ ପ୍ରଶ୍ନ ଭିତରେ ବଞ୍ଚୁଛି ପ୍ରଶାନ୍ତର ଜୀବନ। ତାର ଆଶା ପୁଣିଥରେ ଚାଲିବା ପାଇଁ ଆଉ କାମ କରି ପରିବାରର ପ୍ରତିପୋଷଣ କରିବ । ଏତେ ବର୍ଷର ସ୍ଥିର ସରକାରରେ ମଧ୍ୟ ଅବହେଳିତ ଭାବେ ଦିନ କାଟୁଛନ୍ତି ପ୍ରଶାନ୍ତ I ଗତ ୧୨ ବର୍ଷ ହେବ ପ୍ରଶାନ୍ତ ଅର୍ଥ ଅଭାବରୁ ଶଯ୍ୟାଶାୟୀ ଭାବେ ପଡିଥିବା ବେଳେ ମଧ୍ୟ ନଜର ପଡିନି ସରକାରୀ ବାବୁ ମାନଙ୍କ I ସେପଟେ ସରକାରୀ ସହାୟତାକୁ ଅପେକ୍ଷା କରି ଦିନ କାଟୁଛନ୍ତି ପରିବାର ବର୍ଗ I
ଅଧିକ ପଢ଼ନ୍ତୁ ଓଡିଶା ଖବର: