Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ

Odisha

ଆଜି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ

ଅର୍ଗସ ବ୍ୟୁରୋ: ଆଜି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳୁଛି ଓଡିଆ ସଂସକୃତିର ଝଲକ । ଘରର ବଡ ସନ୍ତାନ ମାନଙ୍କୁ ନୂଆ ଲୁଗା, ଚନ୍ଦନ, ସିନ୍ଦୂର ଲଗାଯାଇ କରାଯିବ ବନ୍ଦାପନା ।  ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ପ୍ରତ୍ୟେକ ଓଡ଼ିଆ ଘରେ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ଦିନ ଜ୍ୟେଷ୍ଠ ସନ୍ତାନମାନଙ୍କ ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନ କରି ପୂଜାର୍ଚ୍ଚନା କରାଯାଇଥାଏ ।

ସେହିପରି ଆଜି ପ୍ରଥମାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଆସିଥିବା ବେଳେ ପୋଢୁଆଁ ହେବେ ମହାବାହୁ । ଜଗତସିଂହପୁର ଜିଲ୍ଲା ନିଆଳି ମାଧବ ମନ୍ଦିର ଶ୍ରୀଜିଉଙ୍କ ମାମୁ ଘର ବୋଲି କୁହାଯାଉଥିବା ବେଳେ ସେଠାରୁ ଆସିଥିବା ପଢୁଆଁ ବସ୍ତ୍ର ଓ ଭାରକୁ ଦାନ ହିସାବରେ ଗ୍ରହଣ କରାଯାଇଛି । ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ନୂଆ ଲୁଗା ଲାଗି ହେବବା ସହିତ ଖଦି ଓ ଛେଦା ପ୍ରସାଦ ମଧ୍ୟ ଲାଗି କରାଯିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
prathamastami is the most significant festival in odisha | Argus News