Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଆଲର୍ଟ

Manini Pattanayak
Browse all articles by Manini Pattanayak
·2 years ago·1 min read
ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଭୀଷଣ  ଅବପାତରେ ପରିଣତ ହେଲା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଆଜି ନେବ ବାତ୍ୟାର ରୂପ।.କାଲି ସଂଧ୍ୟା ସୁଦ୍ଧା ହେବ ଭୀଷଣ ବାତ୍ୟା। ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ହୋଇପାରେ ଲ୍ୟାଣ୍ଡଫଲ୍। ଓଡ଼ିଶା ଉପରେ ପଡ଼ିବନି ବାତ୍ୟାର ସିଧାସଳଖ ପ୍ରଭାବ।.4ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା।  ଅବପାତ ଟି ଭୀଷଣ  ବାତ୍ୟାରେ ପରିଣତ  ହେବା  ପରେ  ପବନର ବେଗ  ୧୧୦ ରୁ ୧୨୦ ଘଂଟାପ୍ରତି  ରହିବ । ଏହାସହ  ୧୩୫ କିମି ର  ଝଟକା  ପବନ  ବି ବହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ  ସମୁଦ୍ର ଅଶାନ୍ତ ରହିବ।

ତେଣୁ  ୨୭ ତାରିଖ  ପର୍ଯ୍ୟନ୍ତ  ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି  ପାଣିପାଗ  ବିଭାଗ । ସମସ୍ତ ୪ ଟି ଯାକ ବନ୍ଦର ଗୁଡ଼ିକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି। ସାମ୍ଭାବ୍ୟ ଭୀଷଣ ବାତ୍ୟା ର ପ୍ରଭାବ ଓଡ଼ିଶାରେ ସିଧା ସଳଖ ନାହିଁ। ହେଲେ କିଛି ସ୍ଥାନରେ  ବର୍ଷର  ରହିବ ପ୍ରଭାବ। ଏହାର ପ୍ରଭାବ ରେ  ଆଗାମୀ ୪୮ ଘଂଟାରେ ରାଜ୍ୟର ବିଭିନ୍ନ  ସ୍ଥାନରେ ହାଲୁକରୁ  ମଧ୍ୟମ  ବର୍ଷା  ଦେଖିବାକୁ ମିଳିବ। ବିଶେଷ କରି  ଦକ୍ଷିଣ  ଉପକୂଳ  ଓଡ଼ିଶାରେ  ବର୍ଷା  ରହିବ। ଗୋଟିଏ  କିମ୍ବା  ଦୁଇଟି ସ୍ଥାନରେ  ପ୍ରବଳ  ବର୍ଷା ର ସମ୍ଭାବନା ରହିଛି। ଜଗତସିଂହପୁର , କେନ୍ଦ୍ରାପଡ଼ା ,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା  ରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ସେହିପରି  ଉତ୍ତର ଓଡ଼ିଶା ର କିଛି ପକେଟ୍ ରେ ବର୍ଷା ରହିବ। ବିଶେଷ କରି ବାଲେଶ୍ୱର  ଭଦ୍ରକ ଓ ମୟୁରଭଞ୍ଜରେ ରେ ପ୍ରବଳରୁ  ଅତି ପ୍ରବଳ ବର୍ଷା ର  ସମ୍ଭାବନା ରହିଛି।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Precipitation formed in the east-central Bay of Bengal turned into heavy rainfall. | Argus News