Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ: ଆହୁରି ୨୪ ଘଣ୍ଟା ବର୍ଷିବ

Ritu Das
Browse all articles by Ritu Das
·1 year ago·2 min read
ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ: ଆହୁରି ୨୪ ଘଣ୍ଟା ବର୍ଷିବ

ଅର୍ଗସ ବ୍ୟୁରୋ: ସକ୍ରିୟ ରହିଛି ଅବପାତ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସକ୍ରିୟ ରହିଥିବା ବେଳେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ। ଦୁର୍ବଳ ହେବାପରେ ବର୍ଷାର ପ୍ରକୋପ ରାଜ୍ୟରେ ହ୍ରାସ ହେବାକୁ ଥିବା ବେଳେ ହଟିଛି ରେଡ ଆଲର୍ଟ। ତଥାପି ଆହୁରି ୨୪ ଘଣ୍ଟା ପ୍ରବଳ ଛେଚିବ।ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲା ଯେପରିକି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି।ସେହିପରି ପ୍ରବଳ ବର୍ଷା ପାଇଁ କନ୍ଧମାଳ, ନୟାଗଡ  ,ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ,  ସୋନପୁର, ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। 

୨୧ ତାରିଖ ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅଧିକାଂଶ ସ୍ଥାନରେ ହେବ। ୨୨ ରେ ବି ଅଧିକାଂଶ ସ୍ଥାନରେ ରହିବ। ୨୪ ତାରିଖ ଯାଏଁ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ହେବ। ୨୪ ଘଣ୍ଟା ପରେ କମିବ। କିନ୍ତୁ ୨୩ ପରେ ପୁଣି ମାଲକାନଗିରି ଜିଲ୍ଲାରେ ବଢିବ ବର୍ଷା। ଏଣୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ବନ୍ୟା  ଓ ଭୂସ୍ଖଳନ ର ସମ୍ଭାବନାକୁ ନେଇ ସତର୍କ ରହିବାକୁ ସୂଚନା ଦେଇଛି ପାଣିପାଗ ବିଭାଗ। ଏହାସହ ଆସନ୍ତା ୨୪ ଘଣ୍ଟା ପାଇଁ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି। ସମୁଦ୍ର ମଧ୍ୟରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଥିବା ବେଳେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆଗାମୀ ଦୁଇ ଦିନ ଯାଏଁ ମତ୍ସ୍ୟଜିବୀ ଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । 

ସେପଟେ ଚଳିତ ସିଜିନ ରେ ୩୩୨.୯ ମିମି  ବର୍ଷା  ରେକର୍ଡ  ହୋଇଥିବା ବେଳେ ଏବେବି ରାଜ୍ୟରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ବର୍ତ୍ତମାନ ରାଜ୍ୟରେ ୪୧୭.୫ ମିମି ବର୍ଷା ହେବା କଥା। ଏବେବି ୧୭  ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଥିବା ୧୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ସ୍ୱାଭାବିକରୁ ଅଧିକ ବର୍ଷା ରେକର୍ଡ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଗତ  ୨୪ ଘଣ୍ଟାରେ ଅନେକ ସ୍ଥାନରେ  ବର୍ଷା ହୋଇଥିବା ବେଳେ ୨ ସହରରେ ଅତିରୁ ଅତି ପ୍ରବଳ ବା ଏକ୍ସଟ୍ରିମ ବର୍ଷା ହୋଇଥବା ବେଳେ ୪ ସହରରେ ଅତିପ୍ରବଳ ବର୍ଷା ଓ ୧୮ ଟି ସହରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ମାଲକାନଗିରିର ଚିତ୍ରକୋଣ୍ଡାରେ ସର୍ବାଧିକ ୨୨୦.୫ ମିମି ବର୍ଷା  ରେକର୍ଡ ହୋଇଛି। ସେହିପରି କୋରୁକୁଣ୍ଡରେ ୨୧୭ .୦୦ ଓ ମାଲକାନଗିରିରେ ୧୮୪.୨ ମିମି ବର୍ଷା  ରେକର୍ଡ ହୋଇଛି। ସେହିପରି ଝାରସୁଗୁଡା ୩୫.୦୨   ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Sponsored
Precipitation will | Argus News