ଥମୁନି ଯନନୀ ଯନ୍ତ୍ରଣା, ଭାରରେ ବୁହା ହେଲେ ଗର୍ଭବତୀ

କୋରାପୁଟ: ଗାଁ କୁ ଆସି ପାରିଲାନି ଆମ୍ବୁଲାନ୍ସ । ପୁଣି ୩ କିମି ଦୂର ଖଟିଆ ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ । ରାସ୍ତା ଖରାପ୍ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ ଗାଡ଼ି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଦୁଆର ଶୁଣି ପଞ୍ଚାୟତ ଅଧିନସ୍ଥ ହଳଦୀ ସିଲ୍ ଗାଁ ରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ଘନ କୁହୁଡି ଅନ୍ଧାର । ହାଡ ଭଙ୍ଗା ଶୀତ, ତଥାପି ଗର୍ଭ ଯନ୍ତ୍ରଣାରେ ଚିତ୍କାର କରୁଥିବାବେଳେ ଭାରରେ ବୋହି ନେଇଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଗର୍ଭବତୀ ମହିଳା ଜଣକ ହେଲେ, ପୂର୍ତିବାସ ମୁଦୁଲିଙ୍କ ସ୍ତ୍ରୀ ଫୁଲ ମୁଦୁଲି ।
ସୂଚନା ଅନୁସାରେ ଆଜି ପୂର୍ବାହ୍ନ ଗର୍ଭବତୀ ଫୁଲ ମୁଦୁଲିକୁ ଅଳ୍ପ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପ୍ରଥମେ ଗାଁର ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା । ଏହାପରେ ଆଶା କର୍ମୀ ସାଙ୍ଗେ ସାଙ୍ଗେ ୧୦୨ ଆମ୍ବୁଲାନ୍ସ ଗାଡ଼ିକୁ ମୋବାଇଲ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସ ଗାଡ଼ି ଆସି ଗାଁ ଠାରୁ ତିନି କିମି ଦୂର ଅନଗାର ଗୁଡା ଗାଁ ଛକ ନିକଟରେ ଅପେକ୍ଷା କରିଥିଲା। ସେଠାକୁ ଭାରରରେ ମହିଳାଙ୍କୁ ନେବା ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ତେବେ ଆଦିବାସୀ ଅଞ୍ଚଳରେ ଆଜି ବି ଏହି ଦୃଶ୍ୟ ଦେଖିବାକୁ ମିଳୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...