Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସିଲାନି ଆମ୍ବୁଲାନ୍ସ, ରାସ୍ତା କଡ଼ରେ ଟ୍ରଲି ଉପରେ ପ୍ରସବ କଲେ ଗର୍ଭବତୀ

Odisha

ଆସିଲାନି ଆମ୍ବୁଲାନ୍ସ, ରାସ୍ତା କଡ଼ରେ ଟ୍ରଲି ଉପରେ ପ୍ରସବ କଲେ ଗର୍ଭବତୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆସିଲାନି ଆମ୍ବୁଲାନ୍ସ, ରାସ୍ତା କଡ଼ରେ ଟ୍ରଲି ଉପରେ ପ୍ରସବ କଲେ ଗର୍ଭବତୀ

ଅର୍ଗସ ବ୍ୟୁରୋ:  ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅସଲ ଚିତ୍ର । ଆସିଲା ନାହିଁ ଆମ୍ବୁଲାନ୍ସ, ରାସ୍ତା କଡ଼ରେ ଏକ ଟ୍ରଲି ଉପରେ ପ୍ରସବ କଲେ ଗର୍ଭବତୀ । ଏ ଅଭାବନୀୟ ଘଟଣା ଘଟିଛି ବନ୍ଦର ନଗରୀ ପାରାଦୀପରେ | ନିକଟସ୍ଥ ସଣ୍ଡକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ମହିଳା ପ୍ରସବ ବେଦନା ସହି ନପାରି ଟ୍ରଲି ଉପରେ ହିଁ ଜନ୍ମ କରିଦେଲେ ଏକ କନ୍ୟା ସନ୍ତାନ । ଗୋଟିଏ ପଟେ ହାଡ଼ ଭଙ୍ଗା ଶୀତ, ଅନ୍ୟପଟେ ପ୍ରସବର ଅସହ୍ୟ ବେଦନା | ରାସ୍ତା ଉପରେ ଚିତ୍କାର ଶୁଣି ସ୍ଥାନୀୟ କିଛି ମହିଳା ଆସି ତାଙ୍କୁ ସହାୟତା କରିଥିଲେ ।

ମହିଳା ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଦୁହୁରିଆ ଜମ୍ମୁଧର ଅଞ୍ଚଳର ସରାଫତ ଖାନ୍‌ଙ୍କ ପତ୍ନୀ ସଲାମୁନ ଖାତୁନ । ରାଜ୍ୟ ସରକାର ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସତ ହେଲେ ଏସବୁ ଯୋଜନା ପାଣିର ଗାର ସଦୃଶ। ଲୋକେ ଏଠି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହଇରାଣ ହେଉଥିବାବେଳେ ଆମ୍ୱୁଲାନ୍ସକୁ ବାରମ୍୭ାର ଫୋନ ସତ୍ତ୍ୱେ ଆସିପାରୁନାହିଁ। ତେବେ ଏସବୁ ପାଇଁ ଦାୟୀ କିଏ ତାହା ବଡ ପ୍ରଶ୍ନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pregnant woman delivered on roadside trolley | Argus News