Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତ୍ରୁଟି ପୂର୍ଣ୍ଣ ଚିକିତ୍ସା ପାଇଁ ପ୍ରସୂତି ମହିଳାଙ୍କ ମୃତ୍ୟୁ

Smruti Parija
Browse all articles by Smruti Parija
·2 years ago
ତ୍ରୁଟି ପୂର୍ଣ୍ଣ ଚିକିତ୍ସା ପାଇଁ ପ୍ରସୂତି ମହିଳାଙ୍କ ମୃତ୍ୟୁ

ବଲାଙ୍ଗୀର:  ଟିଟିଲାଗଡ ଶିଶୁ ଓ ମାତୃ ଡାକ୍ତରଖାନାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ । ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତ ମହିଳା ହେଉଛନ୍ତି ବିନୋଦିନୀ ଛତର । ବୟସ 25 ବର୍ଷ । ସେ ଟିଟିଲାଗଡ ବ୍ଲକ ସିହିନି ଗାଁର ବୋଲି ଜଣାପଡିଛି । ଭୂଲ୍ ଇଞ୍ଜେକସନ ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର, ଟିଟିଲାଗଡ SDPOଙ୍କ ସମେତ ଥାନା ଅଧିକାରୀ ଓ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pregnant-women death due to faulty treatment-in-balangir-hospital | Argus News