Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମମତା ଯୋଜନାରେ ଟଙ୍କା ଦେବାକୁ କହି ଗର୍ଭବତୀ ହେଲେ ଠକାମିର ଶିକାର 

Odisha

ମମତା ଯୋଜନାରେ ଟଙ୍କା ଦେବାକୁ କହି ଗର୍ଭବତୀ ହେଲେ ଠକାମିର ଶିକାର 

Smruti Parija
Browse all articles by Smruti Parija
·1 year ago·1 min read
ମମତା ଯୋଜନାରେ ଟଙ୍କା ଦେବାକୁ କହି ଗର୍ଭବତୀ ହେଲେ ଠକାମିର ଶିକାର 

ସୁନ୍ଦରଗଡ: ମମତା ଯୋଜନାରେ ଟଙ୍କା ମିଳିବ କହି ଦିଲ୍ଲୀରୁ ଆସିଲା ଗର୍ଭବତୀ ମହିଳାଙ୍କ ପାଖକୁ ଫୋନ ଆଉ ଓଟିପି ଦେବା ପରେ ଖାତାରୁ ଚାଲିଗଲା ତିନି ଥରରେ 20ହଜାର ଟଙ୍କା । ଏନେଇ ଥାନାରେ ଏତଲା ଦେଇଛନ୍ତି ଗର୍ଭବତୀ ।  ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅର୍ନ୍ତଗତ ଗୁଡ଼ିଆଳି, କପଣ୍ଡ, ଶରଧାପୁର ଅଂଚଳରେ ଘଟିଛି ଏହି ଘଟଣା । 

ଗାଁର କିଛି ଗର୍ଭବତୀ ମହିଳାଙ୍କୁ ଆସି ଥିଲା ଫୋନ୍ । କହିଲେ ଦିଲ୍ଲୀରୁ ଫୋନ କରୁଛି ମୁଁ ଡାକ୍ତର ଏହା ପରିଚୟ ଦେଇ ଫୋନ କଲେ । ମମତା ଯୋଜନାରେ ଟଙ୍କା ପାଇଲ କି ନାହିଁ ବୋଲି ପଚାରିଲେ । ଗର୍ଭବତୀ ଜଣଙ୍କ ନାହିଁ କହିବା ସହ ବିଭିନ୍ନ ଯୋଜନା କଥା ପଚାରିଥିଲେ ଉକ୍ତ ବ୍ୟକ୍ତି ଜଣଙ୍କ । ପରେ ଓଟିପି ଦିଅ ତୁମ ଖାତାକୁ ଟଙ୍କା ଯିବ କହିବାରୁ ଓଟିପି ଦେବା ପରେ ଆକାଉଣ୍ଟରୁ ରଜାମୁଣ୍ଡା ଗ୍ରାମର ମାଳତୀ କିସାନଙ୍କ ଆକାଉଣ୍ଟରୁ ପଇସା ଗାଏବ୍ ହୋଇଯାଇଥିଲା ।  

ତିନି ଥରରେ 20 ହଜାର ଟଙ୍କା କଟିଯିବା ପରେ ଏହା ଏକ ଠକ ବୋଲି ଜାଣି ପାରି ବ୍ୟାଙ୍କ୍ ରେ ଥିବା ଖାତାକୁ ବନ୍ଦ କରିବା ସହ ଲହୁଣୀପଡା ଥାନାରେ ମହିଳା ଜଣଙ୍କ ଏତଲା ଦେଇଛନ୍ତି । ସେପଟେ ଏନେଇ ତଦନ୍ତ କରୁଛି ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
pregnant-women-lost-20-thausand-in-fraud | Argus News