Videos
|
Odisha

Capital Hospital / ଶିଶୁ ମୃତ୍ୟୁ ଘଟଣାରେ ତଦନ୍ତ କରିବ ସ୍ୱତନ୍ତ୍ର କମିଟି

Smruti Parija
Browse all articles by Smruti Parija
·11 months ago·1 min read
ଶିଶୁ ମୃତ୍ୟୁ ଘଟଣାରେ ତଦନ୍ତ କରିବ ସ୍ୱତନ୍ତ୍ର କମିଟି

Key Points

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ

ସ୍ବତନ୍ତ୍ର କମିଟି କରିବ ତଦନ୍ତ

ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଏକ ସ୍ବତନ୍ତ୍ର କମିଟି ଏହାର ତଦନ୍ତ କରିବ । ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ଚିତ୍ର ସାମନାକୁ ଆସିବ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।


ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲ ନର୍ସ କହିଛନ୍ତି "ଆମେ ଚିକିତ୍ସା କରିଛୁ । ମୃତ୍ୟୁ ଆମ ହାତରେ ନାହିଁ ଆମେ ପୁରା ଚେଷ୍ଟା କରିଛୁ"।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଭୀର ଶୋକ ପ୍ରକାଶ ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।


ସୂଚନାଯୋଗ୍ୟ, ଗତକାଲି ଦେଢ଼ ବର୍ଷ ଛୁଆ ଆୟୁସ ସାହୁର ଦେହ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଚିକିତ୍ସା କରି ଶିଶୁଟିକୁ ଘରକୁ ପଠାଇ ଦେଇଥିଲେ । କିନ୍ତୁ ପରେ ଶିଶୁଟିର ମୃତ୍ୟ ହୋଇଥିଲା । ମୃତ ଶିଶୁର ବାପା ଜଣେ ଅଟୋ ଡ୍ରାଇଭର । ଶିଶୁର ମୃତ୍ୟୁ ପରେ ପରିବାର ବର୍ଗଙ୍କ ପକ୍ଷରୁ ହସ୍ପିଟାଲରେ ଭୁଲ ଚିକିତ୍ସା କରିଛନ୍ତି, ଭୁଲ ଇଞ୍ଜେକସନ୍ ଦିଆଯାଇଥିବା ହେତୁ ମୃତ୍ୟୁ ହୋଇଥିବା ବୋଲି ଅଭିଯୋଗ କରାଯାଇଥିଲା । ମେଡିକାଲରେ ଧସେଇ ପଶିଲେ ଶତାଧିକ ଲୋକ । କ୍ୟାପିଟାଲ ହସ୍ପିଟାଲ ପରିସରରେ ଆନ୍ଦୋଳନ ବସିଛନ୍ତି ପରିବାର ଓ ଅଟୋ ଆସୋସିଏସନ ସଦସ୍ୟ ।


ସିକୁରୀଟି ଗାର୍ଡ ଓ ସ୍ମାର୍ଟ ସିଟି ଅଟୋ ଚାଳକ ସଙ୍ଘ ହାତାହାତି ହୋଇଛନ୍ତି । ରାଜରାସ୍ତା ଟ୍ରାଫିକ ଠୁ ଆରମ୍ଭ କରି ହସ୍ପିଟାଲ ଭିତରେ ରୋଗୀ ସେବା ସବୁ କିଛି ଠପ୍ ହୋଇଯାଇଛି ।

Related Topics

Explore more stories

Capital Hospital | preliminary-investigation-begins-into-infant-death-at-capital-hospital | Argus News